Latest Odisha News

BREAKING NEWS

ଆଜି ଓଡ଼ିଶାରୁ ୮୭୭୮ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୩୦% ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୭୭୮ ନୂଆ ଆକ୍ରାନ୍ତ । ୧୮ ବର୍ଷ ଭିତରେ ୭୯୨ ପଜିଟିଭ୍ ବାହାରିଛନ୍ତି । ନୂଆ ଆକ୍ରାନ୍ତଙ୍କ ଭିତରେ କ୍ୱାରେଣ୍ଟିନରୁ ୫୦୯୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୬୮୨ଟି । ୧୭ଟି ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ରହିଛି ।

ଖୋର୍ଦ୍ଧାରୁ ସର୍ବାଧିକ ୨୬୧୫, ସୁନ୍ଦରଗଡ଼ରୁ ୧୨୫୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମ୍ୱଲପୁର ଅପେକ୍ଷା ଆଜି କଟକ ଜିଲ୍ଲାରୁ ଅଧିକ ଆକ୍ରାନ୍ତ ବାହାରିଛନ୍ତି । କଟକରୁ ଚିହ୍ନଟ ହୋଇଛନ୍ତି ୭୬୬ ପଜିଟିଭ୍ । ସମ୍ୱଲପୁର ୫୯୬, ମୟୂରଭଞ୍ଜରୁ ୩୩୯, ବାଲେଶ୍ୱରରୁ ୨୩୧, ବଲାଙ୍ଗିରରୁ ୨୧୬, ବରଗଡ଼ରୁ ୧୩୬, ଭଦ୍ରକରୁ ୧୦୬, ଅନୁଗୋଳରୁ ୧୦୭, ଗଞ୍ଜାମରୁ ୧୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ପୁରୀରୁ ୨୧୬, ଝାରସୁଗୁଡ଼ାରୁ ୨୦୩, ଯାଜପୁରରୁ ୧୯୧, ଜଗତସିଂହପୁରରୁ ୧୧୪, କୋରାପୁଟରୁ ୧୬୧, ନବରଙ୍ଗପୁରରୁ ଆଉ ୧୧୨ ଜଣ ପଜିଟିଭ୍ ବାହାରିଛନ୍ତି । କେବଳ ଖୋର୍ଦ୍ଧା ଜିଲ୍ଲାରୁ ୩୦ ପ୍ରତିଶତ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.