Latest Odisha News

BREAKING NEWS

ସ୍ୱୟମ୍ବର ପାଇଁ ମିକା ନେଇଛନ୍ତି ୫୦ କୋଟି !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ମିକା ସିଂଙ୍କ ସ୍ୱୟମ୍ବର ଏବେ ପ୍ରଶଂସକ ମହଲରେ ଚର୍ଚ୍ଚାର କାରଣ ସାଜିଛି । ରିପୋର୍ଟ ମୁତାବକ ମିକା ଏହି କାର୍ଯ୍ୟକ୍ରମ ପାଇଁ ୫୦ କୋଟି ଟଙ୍କା ନେଇଛନ୍ତି । ଅବଶ୍ୟ ଏ ନେଇ ଶୋର ନିର୍ମାତା କିମ୍ବା ମିକାଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଜାରୀ କରାଯାଇ ନାହିଁ । ନ୍ୟାଶନାଲ ଟିଭିରେ ଏହି କାର୍ଯ୍ୟକ୍ରମ ଖୁବ୍ ଶୀଘ୍ର ପ୍ରସାରିତ ହେବ ।

ପୂର୍ବରୁ ରାକ୍ଷୀ ସାୱନ୍ତ, ଶାହାନାଜ ଗିଲ, ମଲ୍ଲିକା ଶେରାୱତଙ୍କ ପରି ସେଲିବ୍ରେଟିଙ୍କ ସ୍ୱୟମ୍ବର ଟିଭିରେ ପ୍ରସାରିତ ହୋଇ ସାରିଛି । ମିକାଙ୍କ ସ୍ୱୟମ୍ବର ଦର୍ଶକ ଏବଂ ପ୍ରଶଂସକଙ୍କୁ କେତେ ପସନ୍ଦ ଆସୁଛି ତାହା ଆଗାମୀ ଦିନରେ ଜଣାପଡିବ ।

Comments are closed, but trackbacks and pingbacks are open.