Latest Odisha News

ଅବସର ଘୋଷଣା କଲେ ଶ୍ରୀସନ୍ଥ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ପେସ ବୋଲର ଏସ.ଶ୍ରୀସନ୍ଥ ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଭାରତ ପକ୍ଷରୁ ୨୭ ଟେଷ୍ଟ, ୫୩ ଦିନିକିଆ ଓ ୧୦ ଟି୨୦ ମ୍ୟାଚ ଖେଳିଥିବା ଶ୍ରୀସନ୍ଥଙ୍କ କ୍ୟାରିୟରର ଏଥିସହ ସମାପ୍ତି ଘଟିଛି । ଏହା ମୋ ଜୀବନର ସବୁଠାରୁ କଷ୍ଟଦାୟ ନିଷ୍ପତି ଥିଲା ବୋଲି ଅବସର ନେବା ପରେ କହିଛନ୍ତି । ବିସିସିଆଇ, ଆଇସିସି ମୋତେ ଯେଉଁ ସୁଯୋଗ ଏବଂ ସମ୍ମାନ ପ୍ରଦାନ କରିଛନ୍ତି ତାହା ମୁଁ ଭୁଲିପାରିବି ନାହିଁ ।

ଆଗାମୀ ପିଢ଼ୀକୁ ସୁଯୋଗ ଦେବା ପାଇଁ ମୁଁ ବ୍ୟକ୍ତିଗତ ଭାବେ ବହୁତ ଚିନ୍ତା କରିବା ପରେ ଏହି ନିଷ୍ପତି ନେଇଛି । କ୍ରିକେଟର ସମସ୍ତ ମୂହର୍ତକୁ ମୁଁ ମନଭରି ଉପଭୋଗ କରିଛି ବୋଲି ଏହି ପେସରଜଣକ କହିଛନ୍ତି । ସ୍ପଟ ଫିକ୍ସିଂ ବିବାଦ ଯୋଗୁ ତାଙ୍କ କ୍ୟାରିୟର ବାଧାପ୍ରାପ୍ତ ହୋଇଥିଲା ।

Comments are closed, but trackbacks and pingbacks are open.