Latest Odisha News

ଝିଅକୁ ବିବାହ କରାଇବା ପାଇଁ ମାଇକ ଟାଇସନ ବ୍ୟଗ୍ର, ଜ୍ବାଇଁକୁ ଦେବେ ୭୦ ଲକ୍ଷ ଟଙ୍କା !

ନ୍ୟୁୟର୍କ: ପୂର୍ବତନ ବିଶ୍ୱ ଚାମ୍ପିୟନ ବକ୍ସର ମାଇକ ଟାଇସନ ତାଙ୍କ ଝିଅ ମିକି ଲୋର୍ଣ୍ଣାଙ୍କ ବିବାହ ନେଇ ବ୍ୟସ୍ତ ହେଉଥିବା ଖବର ପ୍ରକାଶ ପାଇଛି । ଯିଏ ତାଙ୍କ ୩୦ ବର୍ଷୀୟ ଝିଅଙ୍କୁ ବିବାହ କରିବ ସେ ୭୦ ଲକ୍ଷ ଟଙ୍କା ଦେବେ ବୋଲି କହିଛନ୍ତି । ତେବେ ଏହି ରିପୋର୍ଟ ଭାଇରାଲ ହେବା ପରେ ଟାଇସନ ଖବରକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଏହାର କୌଣସି ସତ୍ୟତା ନାହିଁ ।୩୦ ବର୍ଷୀୟ ମିକି ଲୋର୍ଣ୍ଣାଙ୍କ ଓଜନ ୧୫୦ କିଲୋଗ୍ରାମ । ସେ ବାପାଙ୍କ ପରି ମଜଭୁତ ଶରୀର ପାଇଥିବାରୁ ଅନେକ ଯୁବକ ତାଙ୍କୁ ବିବାହ କରିବା ପାଇଁ ପଛଘୁଂଚା ଦେଉଛନ୍ତି । ଟାଇସନ ୧୯୮୫ରୁ ୨୦୦୫ ପର୍ଯ୍ୟନ୍ତ ବକ୍ସିିଂ ଦୁନିଆରେ ରାଜୁତି କରିଥିଲେ । ମାତ୍ର ୨୦ ବର୍ଷ ବୟସରେ ସର୍ବକନିଷ୍ଠ ବକ୍ସର ଭାବେ ହେଭିୱେଟ ଟାଇଟଲ ଜିତିଥିଲେ ।

Comments are closed.