Latest Odisha News

BREAKING NEWS

ଭୂମିକମ୍ପ ଝଟକାରେ ଥରିଲା ନୟାଗଡ , ଲୋକେ ଛାନିଆ

ନୟାଗଡ : ଭୂମିକମ୍ପ ଝଟକାରେ ଥରିଲା ନୟାଗଡ । ଛାନିଆ ହୋଇଗଲେ ଲୋକମାନେ । ନୟାଗଡ ଜିଲ୍ଲା ଦଶପଲ୍ଲା ଓ ସହରର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଫଳରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଛନ୍ତି । ଶୁକ୍ରବାର ସକାଳ ୧୧.୨୦ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ତେବେ ଭୂମିକମ୍ପର ତୀବ୍ରତା କେତେଥିଲା ତାହା ଜଣାପଡାନାହିଁ । କ୍ଷୟକ୍ଷତି ସମ୍ପର୍କରେ ମଧ୍ୟ କୌଣସି ଆକଳନ କରାଯାଇନାହିଁ ।

ସୂଚନା ଅନୁସାରେ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୩ ତାରିଖରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଭୂମିକମ୍ପ ଝଟକା ଅନୁଭୁତ ହୋଇଥିଲା । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିଲା ।

Leave A Reply

Your email address will not be published.