Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ବୀରଗୋବିନ୍ଦପୁରର ରହସ୍ୟମୟୀ ଜଗତଜନନୀ ମାଆ ଦକ୍ଷିଣକାଳୀ

ପୁରୀ : ସେ ହେଉଛି ରହସ୍ୟମୟୀ ।  ସେ ହେଉଛି ଜଗତଜନନୀ । ଯେଉଁ ସମୟରେ ଡାକିଲେ ବି ତାର ଉପସ୍ଥିତି ଜାହିର କରେ। ଯେତେ ବଡ଼ ବିପଦ ହେଉ ପଛେ ନା ସ୍ମରଣ କରିବା ମାତ୍ରକେ ବିପଦ ବିଚାଲିଯାଏ। ଏଠି ରହିଛି ଅଲୌାକିକ ମହିମା। ଏ ହେଉଛି ଜଗତଜନନୀ ମାଆ ଦକ୍ଷିଣକାଳୀ। ବଡ଼ ରହସ୍ୟମୟୀ ଠାକୁରାଣୀ ସେ । ଯାହର ରହସ୍ୟ ଭେଦ କରିବା ଛୋଟ କଥା ନୁହେଁ। ଆଉ ଶ୍ରଦ୍ଧାଳୁଙ୍କ ମନରେ ବି ରହିଛି ଅଗାଢ ବିଶ୍ୱାସ। ଆଉ ବିଶ୍ୱାସ ଆଧାରରେ ଛୁଟି ଆସୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ମାନେ।

ଏ ହେଉଛି ସତ୍ୟବାଦୀ ବିରଗୋବିନ୍ଦପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଦକ୍ଷିଣକାଳୀ । ପୁରୀ ଅଭିମୁଖେ ଯିବା ବାଟରେ ସାକ୍ଷୀଗୋପାଳ ଠାରୁ ୪ କିଲୋମିଟର ପରେ ବାମ ପଟେ ଅବସ୍ଥିତ ବୀର ଗୋବିନ୍ଦପୁର ଶାସନ ଗ୍ରାମ । ଏହି ଗାଁ ରେ ଋଗ, ସାମ, ଯଜୁ ବେଦୀୟ ବ୍ରାହ୍ମଣ ବସବାସ କରନ୍ତି ଓ ସେମାନେ ଭରଦ୍ୱାଜ, କାଶ୍ୟପ ଓ ବତ୍ସସ୍ୟ ଗୋତ୍ରିୟ ।

ଏମାନେ ମୁକ୍ତି ମଣ୍ଡପର ଅଧିକାରୀ ଅଟନ୍ତି । ନବକଳେବର ଓ ଶାରଦୀୟ ଦୁର୍ଗାପୂଜା ସମୟରେ ଗଜପତି ମହାରାଜାଙ୍କ ଦ୍ଵାରା ବରଣ ହୋଇଥାନ୍ତି । ଗାଁ ଟି ତିନି ପ୍ରସିଦ୍ଧ କାଳିକା ଭଉଣୀଙ୍କ ଭିତରୁ କନିଷ୍ଠା ମା’ ଦକ୍ଷିଣକାଳୀଙ୍କ ପାଇଁ ପ୍ରସିଦ୍ଧି ଲାଭ କରିଛି । କାଳୀ ପୂଜା ଏହି ଗ୍ରାମର ପ୍ରସିଦ୍ଧ ଏବଂ ବଡ଼ ପର୍ବ ଅଟେ । ରାଜ୍ୟର କୋଣ ଅନୁକୋଣରୁ ଭକ୍ତ ମାନେ ଛୁଟିଆସନ୍ତି କାଳୀ ପୂଜା ଦିନ ମା’ଙ୍କର ମୃଣ୍ମୟୀ ମୂର୍ତ୍ତି ଦର୍ଶନ ପାଇଁ ।

ବୀରଗୋବିନ୍ଦ ପୁରରେ ମା’ ଦକ୍ଷିଣ କାଳୀ ବିରାଜମାନ ହୋଇଛନ୍ତି । କାଳୀ ପୂଜା ଅବସରରେ ରାତ୍ର ୧୦ ଘଣ୍ଟାରେ ମା’ ଦକ୍ଷିଣ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ପୀଠରେ ବିରାଜମାନ ହୁଅନ୍ତି । ସ୍ଵଳ୍ପ ସମୟ ପରେ ପହଡ଼ ଫିଟାଯାଇ ମୂର୍ତ୍ତିଙ୍କୁ ପଣା ଭୋଗ ପରେ ଘଟ ବିସର୍ଜନ କରାଯାଏ। ର୍କଣ୍ଡେୟ ପୁରାଣ ଦୁର୍ଗା ସପ୍ତଶତୀ ଖଣ୍ଡ ରେ ଭଗବତୀ ଅମ୍ବିକାଙ୍କ ଲଲାଟରୁ ଯେଉଁ କାଳୀଙ୍କ ଉତ୍ପତ୍ତି ହୋଇଥିଲା, ସେ ଆଦ୍ୟାକାଳୀଙ୍କଠୁ ଭିନ୍ନ । ଯିଏକି ଦୁର୍ଗାଙ୍କ ତ୍ରୀମୂର୍ତ୍ତି (ମହାଲକ୍ଷ୍ମୀ,ମହା ସରସ୍ୱତୀ,ମହାକାଳୀ)ରୁ ଏକ ଅଂଶ ବିଶେଷ।

ମାଆ ଦକ୍ଷିଣ କାଳୀଙ୍କ ରହିଛି ଅନେକ ମହିମା। ଯେ କୌଣସି ମାନସିକ ହେଉ କି କୌଣସି ସମସ୍ୟା ପଡ଼ିଲେ ମାଆଙ୍କୁ ସ୍ମରଣ କରିଥାନ୍ତି ଶ୍ରଦ୍ଧାଳୁ। ଆଉ ଯାହା କିଛି ମାନସିକ କରିଥାନ୍ତି ସବୁକିଛି ପୂରଣ କରିଥାନ୍ତି ମାଆ। ମାଆର ରହିଛି ଅଲୌକିକ ମହିମା ଆଉ ଏହି ମହିମା କେବଳ ଜଣେ ମାଆର ଭକ୍ତ ହିଁ ଜାଣିପାରେ . . .।

Leave A Reply

Your email address will not be published.