Latest Odisha News

BREAKING NEWS

ଆସନ୍ତୁ ଜାଣିବା କାହିଁକି ହେଲା ମିଲିନ୍ଦ ସୋମନଙ୍କ ସିଟି ସ୍କାନ

ମୁମ୍ବାଇ: ୫୫ ବର୍ଷ ହେବା ସତ୍ୱେ ମଡେଲର ମିଲିନ୍ଦ ସୋମନ ସର୍ବଦା ଫିଟ ରହିଥାନ୍ତି । ତେବେ ହଠାତ୍ ସେ କାହିଁକି ନିଜର ସିଟି ସ୍କାନ କରାଇଲା ସେ ନେଇ ଚର୍ଚ୍ଚା ଜୋର ଧରିଛି । ସେ ଏହାର ଫଟୋ ସୋସିଆଲ ସାଇଟରେ ଶେୟାର କରିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତାରେ ପଡି ଯାଇଥିଲେ । ତେବେ ସମ୍ପୂର୍ଣ୍ଣ ପୋଷ୍ଟକୁ ପଢ଼ିବା ପରେ ସେମାନେ ଆଶ୍ୱସ୍ତ ହୋଇଥିଲେ । ଏଥିରେ ମିଲିନ୍ଦ ଲେଖିଥିଲେ ବାଙ୍ଗାଲୋରରେ ସିଟି ସ୍କାନ କରାଇଥିଲେ, ଏଥିରେ ବ୍ଲକେଜ ଓ ଅନ୍ୟ ସବୁ ଦିଗକୁ ଭଲ ଭାବେ ଚେକ୍ କରାଯାଇଥିଲା । ଭଗବାନଙ୍କ କୃପାରୁ ସବୁ କିଛି ନର୍ମାଲ ଅଛି ।

ସୂଚନାଯୋଗ୍ୟ, ମିଲିନ୍ଦ ମଝିରେ ମଝିରେ ତାଙ୍କର ସମ୍ପୂର୍ଣ୍ଣ ବଡି ଚେକ କରିଥାନ୍ତି । ଏହା ପୂର୍ବରୁ ସେ ମୁମ୍ବାଇର ଶିବାଜୀ ପାର୍କରୁ ଗୁଜରାଟ ସର୍ଦ୍ଦାର ସରୋବର ବନ୍ଧ ସ୍ଥିତ ଷ୍ଟାଚ୍ୟୁ ଅଫ ୟୁନିଟ ପର୍ଯ୍ୟନ୍ତ ୪୨୦ କିଲୋମିଟର ରାସ୍ତା ଦୌଡି ସମ୍ପୂର୍ଣ୍ଣ କରିଥିଲେ । ଏଥିପାଇଁ ତାଙ୍କୁ ୮ ଦିନ ସମୟ ଲାଗିଥିଲା । ଏହାର ଭିଡିଓ ସେ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ ।

Comments are closed.