Latest Odisha News

BREAKING NEWS

ଅପରେସନ ସିନ୍ଦୂର ମେ ୧୦ରେ ସରିନଥିଲା; ଦୀର୍ଘ ଦିନ ଚାଲିଥିଲା: ସେନା ମୁଖ୍ୟ 

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ମେ ୧୦ରେ ସରିନଥିଲା; ଦୀର୍ଘ ଦିନ ଧରି ଚାଲିଥିଲା। ଏନେଇ ସୂଚନା ଦେଇଛନ୍ତି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ।

ଶୁକ୍ରବାର ଦିନ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ‘ଅପରେସନ ସିନ୍ଦୂର’କୁ ନେଇ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି।ତେବେ ଏହି ପୁସ୍ତକର ନାମ  ଅପରେସନ୍ ସିନ୍ଦୂର: ଦି ଅନଟୋଲ୍ଡ ଷ୍ଟୋରୀ ଅଫ୍ ଇଣ୍ଡିଆଜ୍ ଡିପ୍ ଷ୍ଟ୍ରାଇକ୍ସ ଇନ୍ସାଇଡ୍ ପାକିସ୍ତାନ’ ହୋଇଥିବା ବେଳେ ଏହାକୁ ପୂର୍ବତନ ଲେଫ୍ଟନାଣ୍ଟ ଜେନେରାଲ କେଜେଏସ ଢିଲୋନ୍ (ଅବସରପ୍ରାପ୍ତ) ଲେଖିଛନ୍ତି। ଏହା ଦିଲ୍ଲୀର ମାନେକଶା ସେଣ୍ଟରରେ ଉନ୍ମୋଚିତ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।

ତେବେ ଏହା କେବଳ ଏକ ସାମରିକ ଅଭିଯାନର କାହାଣୀ ନୁହେଁ, ବରଂ ଭାରତୀୟ ସେନାର ସାହସ ଏବଂ ଅଦମ୍ୟ ମନୋଭାବର ଏକ ପ୍ରମାଣ ବୋଲି ସେନା ମୁଖ୍ୟ କହିଛନ୍ତି। ସେ ଆହୁରି କହିଛନ୍ତି, ହୁଏତ ଆପଣ ମାନେ ଭାବିଥିବେ ଯୁଦ୍ଧ ମେ ୧୦ ରେ ଶେଷ ହୋଇଯାଇଥିଲା କିନ୍ତୁ ଏପରି ହୋଇନଥିଲା। ଏହା ପରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିଥିଲା ଓ ସଂଘର୍ଷ ଦୀର୍ଘ ସମୟ ଧରି ଜାରି ରହିଥିଲା। ପୁସ୍ତକରେ ରାଜନୈତିକ ସ୍ପଷ୍ଟତା, ସଶସ୍ତ୍ର ବାହିନୀକୁ ଦିଆଯାଇଥିବା ସମ୍ପୂର୍ଣ୍ଣ ସ୍ୱାଧୀନତାର ବାଖ୍ୟା ଏବଂ ରାଜନୈତିକ-ସାମରିକ ଉଦ୍ଦେଶ୍ୟ ପ୍ରତିଷ୍ଠା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ବିଷୟରେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଥିବା ମଧ୍ୟ କୁହାଯାଇଛି।

୩ ସେନାର ସମନ୍ୱୟ ମଧ୍ୟରେ ଏବଂ ‘ଗ୍ରେ ଜୋନ୍’ରେ କିପରି ସମସ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା ସେ ବିଷୟରେ ମଧ୍ୟ ପୁସ୍ତକରେ ଲେଖା ରହିଛି। ଅପରେସନ ସିନ୍ଦୂର ଆତଙ୍କବାଦ ଏବଂ ସୀମାପାର ଆତଙ୍କବାଦକୁ ଦୃଢ଼ ଏବଂ ସ୍ପଷ୍ଟ ଜବାବ ଦେବାରେ ଭାରତର ନୂତନ ସାଧାରଣ ନୀତିର ଏକ ଜ୍ୱଳନ୍ତ ଉଦାହରଣ ବୋଲି କୁହାଯାଇଛି।

 

Comments are closed.