Latest Odisha News

କ୍ଷୀରରେ ଅପମିଶ୍ରଣ, ଚଢାଉ ପରେ ତନାଘନା

କଟକ: ପୂର୍ବରୁ ଅନେକ ସମୟରେ ଘିଅ, ଖାଇବା ତେଲ, ମସଲାଗୁଣ୍ଡ, ହଳଦୀ ଗୁଣ୍ଡ ତ ପୁଣି କେବେ ଅନେକ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ହେଉଥିବା ଖବର ସାମ୍ନାକୁ ଆସିଛି । ଆଉ ଏହାକୁ କିଣି ଖାଉଛନ୍ତି ଲୋକେ । ଫଳରେ ନା ନା ରୋଗରେ ପୀଡିତ ହେଉଛନ୍ତି । ସେହିପରି ପୁଣି ଏକ ନକଲି ସାମଗ୍ରୀ ସାମ୍ନାକୁ ଆସିଛି ତାହା ପୁଣି କ୍ଷୀର ।

ଯେଉଁଠି କ୍ଷୀରକୁ ଅତି ପୃଷ୍ଟିକର ଓ ସ୍ବାସ୍ଥ୍ୟକର ବୋଲି ମନେକରାଯାଏ ସେଥିରେ ବି ମିଶାଯାଉଛି ବିଷ । ଖାଦ୍ୟ ଦଲାଲମାନେ କ୍ଷୀର ପରି ଅମୃତ ଜିନିଷକୁ ବି ଛାଡିନାହାନ୍ତି । ଏଭଳି ଘଟାଣାର ପର୍ଦ୍ଦାଫାଶ ହୋଇଛି କଟକ ଜଗତପୁର ଥାନା ଆତୋଡ଼ା ଛକରେ ଥିବା ପ୍ରୋସେସିଂ ୟୁନିଟରେ ।

କ୍ଷୀରରେ ଅପମିଶ୍ରଣ ଅଭିଯୋଗରେ ଚଢାଉ କରିଛି ପୋଲିସ ଓ ଖାଦ୍ୟ ନିରାପତ୍ତା ବିଭାଗ । କ୍ଷୀର ପ୍ୟାକେଟରେ ଖାଇବା ସୋଡ଼ା, କେମିକାଲ, ଦୂଷିତ ଜଳ ଏବଂ ଲୁଣ ମିଶା ଯାଉଥିବା ରେଡ୍ ବେଳେ ଜଣାପଡିଛି । ଏନେଇ ପ୍ରୋସେସିଂ ୟୁନିଟ୍ ସିଲ୍ କରିବା ସହ ପରୀକ୍ଷା ପାଇଁ ସାମ୍ପଲ ପଠାଇଛି ଖାଦ୍ୟ ନିରାପତ୍ତା ବିଭାଗ ।

ତେବେ କେବଳ କ୍ଷୀର ନୁହେଁ ଦହି ଏବଂ ଲସି ମଧ୍ୟ ଏଠାରେ ପ୍ରସ୍ତୁତ କରାଯାଇ କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ ଜିଲ୍ଲାକୁ ଚାଲାଣ ହେଉଥିଲା । ମାମଲାରେ ସଂସ୍ଥାର ମାଲିକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

Leave A Reply

Your email address will not be published.