Latest Odisha News

BREAKING NEWS

ଖାଉଟିଙ୍କୁ ଲାଗିଲା ଝଟ୍‌କା; ବଢ଼ିଲା ଓମ୍‌ଫେଡ କ୍ଷୀର ଦର

ଭୁବନେଶ୍ୱର : ପୁଣି ମହଙ୍ଗା ମାଡ଼ । ଚିନ୍ତାରେ ଖାଉଟି । ଏପ୍ରିଲ ପହିଲାରୁ ବୃଦ୍ଧି ପାଇବ ଓମଫେଡ୍ କ୍ଷୀର ଦର । କ୍ଷୀର ଦର ବୃଦ୍ଧି ନେଇ ଓମ୍‌ଫେଡ କର୍ତ୍ତୃପକ୍ଷ ସୂଚନା ଜାରି କରିଛନ୍ତି । ୫୦୦ ମିଲିଗ୍ରାମକୁ କ୍ଷୀର ୨ ଟଙ୍କା ବୃଦ୍ଧି କରାଯାଇଛି । କୃଷକଙ୍କ ଖର୍ଚ୍ଚ ବୃଦ୍ଧି, ଆନୁଷଙ୍ଗିକ ଖର୍ଚ୍ଚ ବୃଦ୍ଧି ସହିତ ପ୍ୟାକେଜିଂ, ଗୋଖାଦ୍ୟର ଦରବୃଦ୍ଧିକୁ ଦୃଷ୍ଟିରେ ରଖି ଓମଫେଡ ଏହି ନିଷ୍ପତ୍ତି ନେଇଛି ।

ଟୋନ୍ଡ କ୍ଷୀର ୫୦୦ ମିଲିଗ୍ରାମ ପୂର୍ବରୁ ୨୧ ଟଙ୍କାରେ ମିଳୁଥିବାବେଳେ ଏବେ ୨୩ ଟଙ୍କା ବୃଦ୍ଧି ହୋଇଛି । ସେହିପରି ପ୍ରିମିୟମ ଓ ଗୋଲ୍ଡ କ୍ଷୀର ୫୦୦ମିଲିଗ୍ରାମକୁ ୨୪ରୁ ୨୬ ବୃଦ୍ଧି ହୋଇଛି । ଏବଂ ଚା’ ସ୍ପେଶିଆଲ କ୍ଷୀର ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ । ଏହି ଦର ଆସନ୍ତା ୧ ତାରିଖରୁ ଲାଗୁ ହେବା ନେଇ ସୂଚନା ରହିଛି ।

ଘରେ ଘରେ କ୍ଷୀରର ଆବଶ୍ୟକତା ରହିଥିବା ବେଳେ ରୋଗୀ,ଶିଶୁ,ବୃଦ୍ଧ ବୃଦ୍ଧା ସମ୍ପୂର୍ଣ୍ଣ ଭାବେ ଏହା ଉପରେ ନିର୍ଭରଶୀଳ । ଏପରି ସ୍ଥିତିରେ କ୍ଷୀର ଦର ବୃଦ୍ଧି ଖାଉଟିଙ୍କ ଉପରେ ପ୍ରଭାବ ପକାଇବ ବୋଲି କୁହାଯାଉଛି ।

Leave A Reply

Your email address will not be published.