Latest Odisha News

BREAKING NEWS

ଖଣିଜ ଚୋରା କାରବାରରେ ସମ୍ପୃକ୍ତି ଅଭିଯୋଗରେ ୬ ଗିରଫ

କେନ୍ଦୁଝର : ବଡ଼ବିଲ ପୋଲିସକୁ ବଡ଼ ସଫଳତା । ଦୁଇ ଖଣିଜ ମାଫିଆ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏଥିସହ ୪ଟି ଟ୍ରେଲର, ଗୋଟିଏ ଲୋଡ଼ର ମେସିନ୍ ଓ ଗୋଟିଏ ମୋଟର ସାଇକେଲ ଜବତ କରିଛି ବଡ଼ବିଲ ପୋଲିସ୍ । ତେବେ ଏହି ଘଟଣାରେ ଆଉ କିଛି ଅଭିଯୁକ୍ତ ଫେରାର ଅଛନ୍ତି ।

ସୂଚନା ଅନୁସାରେ, ବଡବିଲ ରେଲୱେ ସାଇଡିଂରେ ପୂର୍ବରୁ ଜବତ ହୋଇ ରଖାଯାଇଥିବା ଲୁହାପଥରକୁ ଚୋରା ଚାଲାଣ କରାଯାଉଥିବା ନେଇ ଖବର ପାଇଥିଲା ବଡ଼ବିଲ ପୋଲିସ । ଟ୍ରେଲର ଜରିଆରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ଲୁହାପଥର ଚୋରା ଚାଲାଣ ପାଇଁ ଲୋଡ଼ର ମେସିନ ସହାୟତାରେ ଲୋଡିଂ ଚାଲିଥିବା ବେଳେ ଚଢ଼ାଉ କରିଥିଲା ପୋଲିସ । କାଗଜପତ୍ର ଯାଞ୍ଚ ଓ ଧରାପଡିଥିବା ଅଭିଯୁକ୍ତଙ୍କୁ ଜେରା ପରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ୍ ୨ ଖଣି ମାଫିଆ ଷ୍ଟେସନ ରୋଡ୍ ଅଞ୍ଚଳର ଜୀତେନ୍ଦ୍ର ଝା ଓ ପିଏଚଡି ରୋଡ୍ ଅଞ୍ଚଳର ଇକବାଲ କୁରେସୀ ହୋଇଥିବା ବେଳେ, ଅନ୍ୟ ୪ ଜଣ ଜବତ ହୋଇଥିବା ଗାଡ଼ି ଡ୍ରାଇଭର ବୋଲି ଜଣାପଡିଛି ।

Leave A Reply

Your email address will not be published.