Latest Odisha News

BREAKING NEWS

‘ମିନି ତାଜମହଲ’ ସ୍ରଷ୍ଟାଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ

ଉତ୍ତରପ୍ରଦେଶ : ‘ମିନି ତାଜମହଲ’ର ନିର୍ମାତା ଭାବେ ସୁପରିଚିତ ବୁଲନ୍ଦସହରର ୮୩ ବର୍ଷିୟ ଅବସରପ୍ରାପ୍ତ ପୋଷ୍ଟ ମାଷ୍ଟର ଫୈଜଲ୍ ହସନ୍ କାଦ୍ରିଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ।

ପରିବାର ବର୍ଗଙ୍କ ସୂଚନା ଅନୁଯାୟୀ ସ୍ଥାନୀୟ କେଶର କଳା ନିକଟରେ କୌଣସି ଏକ ଗାଡି ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ସ୍ଥାନୀୟ ଆଲିଗଡ଼ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ନିଜ ପତ୍ନୀଙ୍କ ମୃତ୍ୟୁରେ ଅତ୍ୟନ୍ତ ମ୍ରିୟମାଣ ହୋଇପଡିଥିବା ଫୈଜଲ ନିଜ ସଞ୍ଚିତ ଅର୍ଥରେ ୨୦୧୨ ମସିହା ମାର୍ଚ୍ଚ ମାସରେ ସ୍ୱର୍ଗତା ପତ୍ନୀଙ୍କ ସ୍ମୃତିରେ ତାଜମହଲର ଏକ ପ୍ରତିକୃତି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଫୈଜଲଙ୍କ ଦ୍ୱାରା ନିର୍ମିତ ‘ତାଜମହଲ ନୁମା ମକବରା’ ନାମକ ମିନି ତାଜମହଲ ପରବର୍ତ୍ତୀ ସମୟରେ ଦେଶ ତଥା ବିଦେଶରେ ମଧ୍ୟ ପ୍ରସିଦ୍ଧି ଲାଭ କରିପାରିଥିଲା ।

ଆହୁରି ମଧ୍ୟ ଫୈଜଲଙ୍କୁ ସେହି ତାଜମହଲ ପ୍ରତିକୃତିରେ ତାଙ୍କ ପତ୍ନୀଙ୍କ ସମାଧି ପାର୍ଶ୍ୱରେ କବର ଦିଆଯିବ।

Leave A Reply

Your email address will not be published.