Latest Odisha News

BREAKING NEWS

ଗଞ୍ଜାମ ହକର୍ ହତ୍ୟାକାଣ୍ଡରେ ଜଣେ ଓକିଲଙ୍କ ସମେତ ୩ଜଣ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଅଞ୍ଚଳରେ ନଭେମ୍ବର ୫ରେ ହୋଇଥିବା ହକର୍ ହତ୍ୟା ଘଟଣାରେ ପୋଲିସ ଜଣେ ଓକିଲଙ୍କ ସମେତ ୩ଜଣଙ୍କ୍ୁ ଗିରଫ କରିଛି ।

ପୋଲିସ ସୂତ୍ରରୁ ଜଣାପଡ଼ିଛି, ନୟାଗଡ଼ ଇଟାମାଟି ଅଞ୍ଚଳର ଚମ୍ପେତପୁର ଗ୍ରାମର ବାଳକୃଷ୍ଣ ସାହୁ ନାମକ ଜଣେ ହକର୍ ତାଙ୍କର ବ୍ୟବସାୟ କାର୍ଯ୍ୟରେ ଜଗନ୍ନାଥପୁର ବ୍ଲକକୁ ଆସିଥିଲେ । କିନ୍ତୁ ନଭେମ୍ବର ୫ ତାରିଖ ଦିନ ସ୍ଥାନୀୟ ଲୋକମାନେ ଲୁଣିଢିପ ଗାଁ କାଜୁ ଜଙ୍ଗଲ ନିକଟ ରାସ୍ତା କଡ଼ରେ ତାଙ୍କ ମୃତଦେହ ପଡ଼ିଥିବାର ଦେଖିଲେ ।

ପୋଲିସ ଏସମ୍ପର୍କରେ ସୂଚନା ପାଇ ତୁରନ୍ତ ପହଞ୍ଚିଥି ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରିବା ସହିତ ଏକ ହାତୁଡ଼ି ଜବତ କରିଥିଲେ । ଘଣଟାସ୍ଥଳରୁ ପୋଲିସ ମଧ୍ୟ ଏକ ମୋପେଡ଼କୁ ଜବତ କରିଛନ୍ତି ।

ପୋଲିସ ତଦନ୍ତ କରି ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପରେ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ନୟାଗଡ଼ କୋର୍ଟରେ କାର୍ଯ୍ୟ କରୁଥିବା ଗୋଲକ ବେହେରା ନାମକ ଜଣେ ଓକିଲଙ୍କୁ ମଧ୍ୟ ଗିରଫ କରିଛି ।

ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଏକ ସୁପରିକଳ୍ପିତ ଯୋଜନା ଅନୁଯାୟୀ ଏହି ହକରଙ୍କୁ ହତ୍ୟା କରାଯାଇଛି । ଥାନାରେ ୨ଜଣ ଅଭିଯୁକ୍ତଙ୍କୁ ପଚରାଉଚାରେ ପରେ ବାଳକୃଷ୍ଣଙ୍କୁ ଏକ ବ୍ୟବସାୟ କାର୍ଯ୍ୟ ନିମେନ୍ତେ ଏଠାକୁ ଡ଼କାଇଥିଲେ ବୋଲି କହିଛନ୍ତି । ପରେ ନଭେମ୍ବର ୪ ତାରିଖ ରାତିରେ ଲୁଣିଢିପ କାଜୁ ଜଙ୍କଲରେ ତାଙ୍କୁ ହତ୍ୟା କରି ତାଙ୍କ ନିକଟରେ ଥିବା ୩୫ ହଜାର ଟଙ୍କା ନେଇଯାଇଥିବା କଥା ସ୍ୱୀକାର କରିଛନ୍ତି ।

ଅଭିଯୁକ୍ତ ଜଣକ ପୋଲିସ ଆଗରେ ସ୍ୱୀକାର କରିଛନ୍ତି ଯେ, ଅନ୍ୟ ଅଭିଯୁକ୍ତଙ୍କ ବାଇକ୍ ନେଇ ୨ ଜଣ ଘଟଣାସ୍ଥଳରୁ ଖସି ଚାଲିଯାଇଥିଲେ ଏବଂ ଲୁଟ୍ କରିଥିବା ଟଙ୍କାକୁ ସମସ୍ତଙ୍କ ମଧ୍ୟରେ ବାଣ୍ଟି ନେଇଥିଲେ ।

Leave A Reply

Your email address will not be published.