Latest Odisha News

BREAKING NEWS

ଚଳନ୍ତା ଗାଡ଼ିରେ ଲାଗିଗଲା ନିଆଁ; ରାସ୍ତା ମଝିରେ ହୁତହୁତ ଜଳିଲା

ଭଦ୍ରକ: ରାସ୍ତା ମଝିରେ ଜଳୁ୍ଥିଲା ଗାଡି । ହୁତହୁତ ହୋଇ ଜଳୁଥିଲା । ଦ୍ରୁତଗତିରେ ଥିବା ଗାଡିଟିରେ ହଠାତ କେମିତି ନିଆଁ ଲାଗିଗଲା ବୁଝି ହେଉ ନ ଥିଲା । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବ ପୁର ଅଞ୍ଚଳରେ ।

ଚମ୍ପୁଆ ଥାନା ୫୨୦ ନମ୍ବର ଜାତୀୟ ରାଜପଥ ବାସୁଦେବପୁର ବ୍ରିଜ ନିକଟରେ ଏକ ଏକ ୪୦୭ ଗାଡ଼ି ଜଳୁଥିଲା । ଦେଖଣାହାରୀଙ୍କ କହିବା ଅନୁଯାୟୀ,  ଆଜି ସକାଳେ ବ୍ରିଜ ଅତିକ୍ରମ କରି ଗଲା ସମୟରେ ଏକ ୪୦୭ ଗାଡିରେ ହଠାତ ନିଆଁ ଲାଗି ଯାଇଥିଲା  । ସଟ ସର୍କିଟ ଯୋଗୁଁ ଗାଡିରେ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି । ତେବେ  ଡ୍ରାଇଭର ତୁରନ୍ତ ଗାଡି ଭିତରୁ ବାହାରକୁ ବାହାରିପଡିଥିବା ବେଳେ ଅଳ୍ପକେ ବର୍ତିଯାଇଛନ୍ତି।

ତେବେ ରାସ୍ତା ମଝିରେ ଗାଡିଟି ଜଳୁଥିବାବେଳେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଗାଡ଼ିରେ ଲୁହାଛଡ ବୋଝେଇ ହୋଇ ଯାଉଥିବା ଜାଣିବାକୁ ମିଳିଛି ।

 

Leave A Reply

Your email address will not be published.