Latest Odisha News

BREAKING NEWS

ଭୟଙ୍କର ରୂପ ନେଇ ଆସୁଛି ବାତ୍ୟା ‘ବିପର୍ଯ୍ୟୟ’; ଗୁଜରାଟରେ ଆରମ୍ଭ ହୋଇଗଲାଣି ବର୍ଷା, ପବନ

ନୂଆଦିଲ୍ଲୀ: ବିକଟାଳ ରୂପ ନେଉଛି ବାତ୍ୟା ‘ବିପର୍ଯ୍ୟୟ’ । ଯେତିକି ଆଗକୁ ବଢୁଛି ସେତିକି ଭୟଙ୍କର ହେଉଛି । ବିପର୍ଯୟ କେରଳ ଏବଂ ମୁମ୍ବାଇ ଉପକୂଳରେ ଏକ ପ୍ରକାର ତାଣ୍ଡବ ରଚିବା ପରି ମନା ହେଉଛି। ଏହାର ପ୍ରଭାବରେ ସମୁଦ୍ରରେ ଉଚ୍ଚ ଲହଡି ଦେଖିବାକୁ ମିଳିଛି । ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସହ ପବନ ବହିବା ମଧ୍ୟ ଆରମ୍ଭ ହୋଇଗଲାଣି ।

ଏବେ ବିପର୍ଯ୍ୟୟ ଆରବ ସାଗରରେ ପୋର ବନ୍ଦରଠାରୁ ୩୬୦ କିମି ଦୂରରେ ରହିଛି   । ସେହିପରି କରାଚିର ଦକ୍ଷିଣରେ ୬୬୦ କିମି ଦୂରରେ ରହିଛି  ।  ସମୁଦ୍ର ଭିତରେ ବଳ ଗୋଟାଇ ଗତ ୬ ଘଣ୍ଟା ହେବ ୫ କିମି ବେଗରେ ଗତି କରୁଛି   ।  ୧୪ ତାରିଖ ସକାଳ ବେଳକୁ ଏହା ଉତ୍ତର ଦିଗରେ ଗତି କରି ମୋଡ ବଦଳାଇବ । ୧୪ ତାରିଖ ସକାଳେ ଦିଗ ବଦଳାଇ ଉତ୍ତର-ପୂର୍ବ ଦିଗରେ ଗତି କରି ଗୁଜରାଟ ଓ ପାକିସ୍ତାନ ଉପକୂଳ ମୁହାଁ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଆସନ୍ତା ୧୫ ତାରିଖରେ ଗୁଜରାଟର ମାଣ୍ଡବି ଓ ପାକିସ୍ତାନର କରାଚି ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଇଛି ।

ଆଇଏମଡି ସୂଚନା ଅନୁଯାୟୀ, ଏବେ ମୁମ୍ବାଇ, ନଭି ମୁମ୍ବାଇ, ଠାଣେ, ପାଲଘର ସମେତ ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ବର୍ଷା ଲାଗି ରହିଛି । ତେବେ ଜୁନ ୧୫ ମଧ୍ୟାହ୍ନରେ ପବନର ବେଗ ବୃଦ୍ଧି ପାଇଁ ୧୨୫ରୁ  ୧୩୦ କିମି ଘଣ୍ଟା ପ୍ରତି ରହିବ ।  ଉପକୂଳ ଅଞ୍ଚଳରେ ପବନର ବେଗ ମଧ୍ୟ ବଢିବାରେ ଲାଗିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ଏନଡଆରଏଫ ଏବଂ ଏସଡିଆରଏଫ ଦଳଙ୍କୁ ଉପକୂଳ ଇଲାକାରେ ମୁତୟନ କରାଯାଇଛି ।

ପାଣିପାଗ ବିଭାଗ ଅନୁସାରେ, କେରଳ, କର୍ଣ୍ଣାଟକ, ଗୋଆ, ଅରୁଣାଚଳ, ଆସାମ, ମେଘାଳୟରେ ୧୨ ଜୁନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ଆଣ୍ଡାମାନ ନିକୋବର ଦ୍ୱୀପ ସମୂହ,  ମଣିପୁର, ମିଜୋରାମ, ତ୍ରିପୁରା ଏବଂ ଗୁଜରାଟରେ ଆଜିଠାରୁ ୧୫ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Leave A Reply

Your email address will not be published.