Latest Odisha News

ସବୁଠୁ ଛୋଟ ଶିବଙ୍କ ମୂର୍ତ୍ତି ଓ ଶିବଲିଙ୍ଗ ତିଆରି କରି ପୁଣି ରେକର୍ଡ ଭାଙ୍ଗିଲେ ବ୍ରହ୍ମପୁରର ସତ୍ୟ ମହାରଣା

ବ୍ରହ୍ମପୁର: କ୍ଷୁଦ୍ର ମୂର୍ତ୍ତି କାରିଗର ରେଶମ ସହରର ସତ୍ୟ ମହାରଣା ନିଜର ପୂର୍ବ ରେକର୍ଡକୁ ପୁଣି ଭାଙ୍ଗିଲେ । ଏଥର ସେ ସବୁଠାରୁ ଛୋଟ ଶିବଙ୍କ ମୂର୍ତ୍ତି ଓ ଶିବ ଲିଙ୍ଗ ତିଆରି କରି ନିଜର ୨୦୧୭ ରେ କରିଥିବା ରେକର୍ଡକୁ ଭାଙ୍ଗିଛନ୍ତି ।

ଚଳିତ ଥର ସେ ଚକ ଖଡିକୁ କାଟିସବୁଠାରୁ ଛୋଟ ଅଢେଇ ସେଣ୍ଟିମିଟର ଉଚ୍ଚ ଶିବଙ୍କ ମୂର୍ତ୍ତି ତିଆରି କରିଛନ୍ତି । କେବଳ ସେତିକି ନୁହେଁ ସେ କାଠକୁ କାଟି ତିନିଟି ଶିବଙ୍କ ମୂର୍ତ୍ତି ତିଆରି କରିଛନ୍ତି ଯାହାର ଉଚ୍ଚତା ୫ ମିଲିମିଟର, ୧.୩ସେମି ଓ ୪.୨ସେମିର । ଏଥି ସହ କାଠର ତିନିଟି ଶିବଲିଙ୍ଗ ମଧ୍ୟ ତିଆରି କରିଛନ୍ତି । ପଥରରେ ତିଆରି ହୋଇଥିବା ଶିବଲିଙ୍ଗର ଉଚ୍ଚତା ୭ ମିଲିମିଟର, ଓ ଅନ୍ୟ ଦୁଇଟି କାଠରେ ତିଆରି ହୋଇଛି ଯାହାର ଉଚ୍ଚତା
୧.୮ସେମି ଓ ୩ମିଲିମିଟର ।

ଏ ନେଇ ସତ୍ୟ କହିଛନ୍ତି, ‘ଆଜି ମହାଶିବରାତ୍ରୀ ଅବସରରେ ଏହି ମୂର୍ତ୍ତି ଓ ଶିବଲିଙ୍ଗକୁ ପୂଜା କରିବି । ସାରା ବିଶ୍ୱକୁ କୋଭିଡ୍ ମହାମାରୀରୁ ରକ୍ଷା କରିବା ପାଇଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିବି । ‘

Leave A Reply

Your email address will not be published.