Latest Odisha News

BREAKING NEWS

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଶୈବପୀଠ, ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରୀ ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇପଡିଛି । ସକାଳୁ ସକାଳୁ ନୀତିନିର୍ଘଣ୍ଟ ଅନୁସାରେ ନୀତିକାନ୍ତି ଚାଲିଛି । କୋଭିଡ୍ କଟକଣା ମଧ୍ୟରେ ଶ୍ରଦ୍ଧାଳୁ ମହାଦେବଙ୍କର ଦର୍ଶନ କରୁଛନ୍ତି ।

ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ମଧ୍ୟରେ ଭୋରରୁ ନୀତିକାନ୍ତି ଚାଲିଛି । ଦିନ ୧୧ଟାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହେବ । ଏହା ପରେ ଦିନ ୧୨ଟାରୁ ୧୨ ୪୫ ମଧ୍ୟରେ ମହାସ୍ନାନ ଓ ବେଶ, ୧୨.୪୫ରୁ ୨ଟା ୩୦ ମଧ୍ୟରେ ସୂର‌୍ୟ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ ଇତ୍ୟାଦି ସମ୍ପନ୍ନ ହେବ । ଦିନ ୨ଟା ୪୫ରେ ଭୋଗମଣ୍ଡପ ନୀତି ସମ୍ପନ୍ନ ହେବ । ଏହା ପରେ ଦିନ ୩ଟା ୪୫ ଯାଏଁ ସାହାଣମେଲା ଦର୍ଶନ ଚାଲିବ । ସନ୍ଧ୍ୟା ୭ଟା ୧୦ରେ ଠାକୁରଙ୍କର ଟେରାଫିଟା କରାଯାଇ ଆଳତୀ ଆରମ୍ଭ ହେବ । ରାତି ୮ଟା୧୦ ସୁଦ୍ଧା ମହାପ୍ରଭୁଙ୍କ ଯାତ୍ରା ନୀତି ସମ୍ପାଦିତ ହୋଇ ବେଢା ପରିକ୍ରମା କରାଯିବ । ଏହାପରେ ବିନ୍ଦୁ ସାଗରରୁ ୧୦୮ କଳସୀ ଜଳ ଆଣି ଠାକୁରଙ୍କ ପାଖେ ଲାଗି କରାଯିବ । ଏହା ପରେ ରାତି ୧୦ଟା ମହାଦୀପ ଉଠିବ ।
ମହାଦୀପ ଉଠିବା ପରେ ସବୁ ବର୍ଷ ହେଉଥିବା ସାହାଣମେଲା ଦର୍ଶନକୁ ଚଳିତବର୍ଷ ବନ୍ଦ ରଖାଯାଇଛି ।

Leave A Reply

Your email address will not be published.