Latest Odisha News

ଖଣି ମାଫିଆଙ୍କ ଆତଙ୍କ ରାଜ୍, ଚଢ଼ାଉବେଳେ ମାଇନିଙ୍ଗ ଅଫିସରଙ୍କୁ ମରଣାନ୍ତକ ଆକ୍ରମଣ

ଖୋର୍ଦ୍ଧା: ଖୋର୍ଦ୍ଧାରେ ଖଣି ମାଫିଆଙ୍କ ଆତଙ୍କରାଜ । ଖୋର୍ଦ୍ଧା ଟାଉନ ଥାନା ଗୁଡୁମ ପଥର ଖଣିରେ ବେଆଇନ ଖଣି ଖନନ ଉପରେ ଚଢାଉ ବେଳେ ମାଇନିଂ ଅଫିସରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କଲେ ଖଣି ମାଫିଆ । ଆକ୍ରମଣରେ ଗୁରୁତର ହୋଇଛନ୍ତି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ଗତକାଲି ରାତି ପ୍ରାୟ ସାଢେ ୧୦ଟା ବେଳେ ବେଆଇନ ପଥର କଟା ଚାଲିଥିବା ନେଇ ମାଇନିଂ ଅଫିସର ଜଗନ ବେହାର ବିଶେଷ ସୂତ୍ର ରୁ ଖବରପାଇଥିଲେ । ଏହାପରେ ସେ କାର ଯୋଗେ ଖଣି ଅଞ୍ଚଳକୁ ଯାଇଥିଲେ । ଘଟଣାସ୍ଥଳରେ ତାଙ୍କୁ ୧୦ ରୁ ୧୨ ଜଣ ଦୁର୍ବୃତ ଘେରିଯାଇଥିଲେ । ଏହାପରେ ତାଙ୍କୁ ମାଡ ମାରି ଲହୁଲୁହାଣ କରିଦେଇଥିଲେ । ତାଙ୍କ କାର କୁ ମଧ୍ୟ ବାଡେଇ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି ।

ଏନେଇ ଘଟଣା ସମ୍ପର୍କରେ ଜଗନ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଖୋର୍ଦ୍ଧା ଟାଉନ ଥାନା ପୋଲିସ ଜଗନଙ୍କୁ ଉଦ୍ଧାର କରି ପ୍ରଥମେ ଖୋର୍ଦ୍ଧା ହସ୍ପିଟାଲ ଭର୍ତ୍ତି କରିଥିଲେ । ହେଲେ ତାଙ୍କ ସ୍ବାସ୍ଥ୍ୟାସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଉକ୍ତ ଆକ୍ରମଣକାରୀଙ୍କୁ ଧରିବାକୁ ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.