Latest Odisha News

BREAKING NEWS

ଜଗନ୍ନାଥଙ୍କ ପ୍ରେମରେ ବଲିଉଡ୍ ସିଙ୍ଗର, ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ନେଇ ଗାଇଲେ ଗୀତ

ଭୁବନେଶ୍ଵର: କୋଟି ଓଡ଼ିଆଙ୍କ ପ୍ରାଣକେନ୍ଦ୍ର ମହାପ୍ରଭୁ ଜଗନ୍ନାଥ । ତାଙ୍କର ଦର୍ଶନ ଟିକେ ପାଇଁ ପୃଥିବୀର କୋଣ ଅନୁକୋଣରୁ ପ୍ରତିଦିନ ଲକ୍ଷାଧିକ ଶ୍ରାଦ୍ଧାଳୁ ପୁରୀ ଆସିଥାନ୍ତି । ମହାପ୍ରଭୁଙ୍କୁ ସ୍ୱଚକ୍ଷୁରେ ଦର୍ଶନ କରି କୃପା ଭିକ୍ଷା କରିଥାନ୍ତି । ଏବେ ପୁରୀର ଚିତ୍ର ବଦଳିଛି । ସାରା ରାଜ୍ୟରେ ଏବେ ଭକ୍ତିମୟ ପରିବେଶ । ଭାବ ଭକ୍ତିରେ ସଜେଇ ହୋଇଛି ବଡ଼ଦାଣ୍ଡ । ପୁରୀର ମାହାତ୍ମ୍ୟ ଅନନ୍ୟ । ଭକ୍ତ ଓ ଭଗବାନ, ପୁର ଓ ପଲ୍ଲବ ହୁଅନ୍ତି ଏଠି ଏକତ୍ର । ତେଣୁ ଏହାର ନାମ ଶ୍ରୀକ୍ଷେତ୍ର । ବିଶ୍ଵ ମାନଚିତ୍ରରେ ପୁରୀର ସ୍ଥାନ ସ୍ଵତନ୍ତ୍ର । ମହୋଦଧିରେ ସ୍ନାନସାରି ମହାପ୍ରଭୁଙ୍କ ଦର୍ଶନ କରି ପବିତ୍ର ହୁଅନ୍ତି ଭକ୍ତ । ସବୁଠୁ ଶୁଭୁଛି ଜୟ ଜଗନ୍ନାଥ । ଗାଁରୁ ସହର କେବଳ କାଳିଆ ଆଉ କାଳିଆ । ଆଉ ସେଥିରୁ କିପରି ବିଚ୍ୟୁତ ରହିଥାନ୍ତି ଏହି ପ୍ରସିଦ୍ଧ ସିଙ୍ଗର ।

ପ୍ରଥମ ଥର ପାଇଁ କୋଟି ଓଡିଆଙ୍କ ମଉଡମଣି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତିରେ ଗୀତ ଗାଇଲେ ବଲିଉଡ୍ ର ପ୍ରସିଦ୍ଧ ଗାୟକ ଜୁବିନ ନୌଟିଆଲ । ଭବ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଲୋକପ୍ରିୟ ଗାୟକ ଜୁବିନଙ୍କ କଣ୍ଠରେ ଭକ୍ତିର ଏ ସଙ୍ଗୀତ ପ୍ରତିଟି ଓଡ଼ିଆଙ୍କ ଭାବାବେଗକୁ ଯୋଡୁଛି। ଜୁବିନ ନୌଟିଆଲଙ୍କ ଗୀତ ‘ଜୟ ଜଗନ୍ନାଥ ସ୍ଵାମୀ, ନୟନ ପଥ ଗାମୀ, ଭବ ତୁମେ’ ସଙ୍ଗୀତଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଗୀତଟିକୁ ତାଙ୍କ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରି ଗୀତଟିର ପ୍ରଶଂସା କରିଛନ୍ତି ।

୧ଘଣ୍ଟା ତଳେ ଜୁବିନ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏହି ଗିତଟିକୁ ରିଲିଜ୍ କରିଥିବା ବେଳେ ଏତବେଳକୁ ୨୫୦୦ରୁ ଅଧିକ ଲୋକ ଗୀତଟିକୁ ଦେଖିସାରିଥିବା ବେଳେ ୧୫୦୦ ରୁ ଅଧିକ ଲୋକ ଏହାକୁ ଲାଇକ୍ କରିସାରିଲେଣି । ଗୀତଟିକୁ ପ୍ରେମ ଆନନ୍ଦ ରଚନା କରିଥିବା ବେଳେ ଏହାର ଲିରିକ୍ସ ଦେଇଛନ୍ତି ବାପୁ ଗୋସ୍ଵାମୀ । ଜୁବିନଙ୍କ କଣ୍ଠରେ ଗୀତଟି ପ୍ରତି ଓଡିଆଙ୍କ ମନକୁ ଛୁଇଁ ପାରିବ ବୋଲି ଆଶା କରାଯାଇଛି ।

Leave A Reply

Your email address will not be published.