Latest Odisha News

BREAKING NEWS

ଦିଲ୍ଲୀ ପ୍ରଦୂଷଣକୁ ନେଇ କ୍ଷମା ମାଗିଲେ ମନ୍ତ୍ରୀ; ଏତେ କମ୍ ସମୟ…

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। ଯାହାକୁ ନେଇ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା କ୍ଷମା ମାଗିଛନ୍ତି।

ଦିଲ୍ଲୀରେ ପ୍ରଦୂଷଣ ହ୍ରାସ କରିବା ପାଇଁ ସରକାର ଅନେକ ପ୍ରୟାସ କରିଛନ୍ତି। ଏପରିକି ଦିଲ୍ଲୀ ସରକାର କୃତ୍ରିମ ବର୍ଷା ମଧ୍ୟ କରାଇଥିଲେ କିନ୍ତୁ ସମସ୍ତ ପ୍ରୟାସ ବ୍ୟର୍ଥ ହୋଇ ଯାଇଥିଲା। କାରଣ ଏହା ଏକ ଦୀର୍ଘକାଳୀନ ସମସ୍ୟା ଅଟେ। ରେଖା ଗୁପ୍ତା ସରକାର ଅଧିନରେ ଥିବା ମନ୍ତ୍ରୀ ସିରସା ପ୍ରଦୂଷଣକୁ ଏକ “ରୋଗ” ବୋଲି କହିବା ସହ ଏଥପାଇଁ ଆମ ଆଦମୀ ପାର୍ଟି ସରକାରଙ୍କୁ ଦାୟୀ କରିଥିଲେ। ଏଥିସହିତ କଂଗ୍ରେସ ଦଳକୁ ମଧ୍ୟ ଟାର୍ଗେଟ କରିଥିଲେ ମନ୍ତ୍ରୀ।

ଦିଲ୍ଲୀର ଏହି ବର୍ଦ୍ଧିତ ପ୍ରଦୂଷଣ ପାଇଁ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କ୍ଷମା ପ୍ରାର୍ଥନା କରି କହିଛନ୍ତି ଯେ, ତାଙ୍କ ସରକାର ପ୍ରଦୂଷଣ ହ୍ରାସ କରିବା ପାଇଁ ନିରନ୍ତର କାମ କରୁଛି। ବର୍ତ୍ତମାନ ପରିସ୍ଥିତି ଧୀରେ ଧୀରେ ସୁଧୁରୁଛି। ପିୟୁସି ପ୍ରମାଣପତ୍ର ବିନା ଯାନଗୁଡ଼ିକୁ ଇନ୍ଧନ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଯିବା ସହ କେବଳ BS୬ ଯାନଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉଥିବା ସେ କହିଛନ୍ତି। ତେବେ ଏତେ କମ୍ ସମୟ ମଧ୍ୟରେ କୌଣସି ସରକାର ସମ୍ପୂର୍ଣ୍ଣ ସ୍ୱଚ୍ଛ ବାୟୁ ପ୍ରଦାନ କରିପାରିବେ ନାହିଁ ବୋଲି କହିବା ସହ ଦିଲ୍ଲୀବାସୀଙ୍କୁ କ୍ଷମା ମାଗିଛନ୍ତି।

 

Comments are closed.