Latest Odisha News

BREAKING NEWS

ପଙ୍ଗପାଳ ମୁକାବିଲା ଚିନ୍ତା, ୩ଟି ଜୋନ୍‌ରେ ବିଭକ୍ତ ହେଲା ରାଜ୍ୟ

ଭୁବନେଶ୍ୱର:ଓଡିଶାକୁ ପଙ୍ଗପାଳ ବିପଦ ନାହିଁ ବୋଲି କହିହେବନି । ସେମାନେ ଏବେ ମଧ୍ୟ ମଧ୍ୟପ୍ରଦେଶ ଓ ଛତିଶଗଡ ସୀମାନ୍ତରୁ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି କେମିକାଲ ସ୍ପ୍ରେ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।

ରାଜ୍ୟକୁ ୩ଟି ଜୋନରେ ବିଭକ୍ତ କରାଯାଇଛି । ଏହି ୩ ଜୋନ ହେଲା ହାଇ ରିସ୍କ, ମଡରେଟ ରିସ୍କ, ଲୋ ରିସ୍କ । । ହାଇ ଏବଂ ମଡ଼ରେଟ ଜୋନରେ ୯ ଟି ଲେଖାଏଁ ଜିଲ୍ଲା ରହିଛି। ବାକି ୧୨ଟି ଜିଲ୍ଳା ଲୋ ରିସ୍କ ଜୋନରେ ଅଛି। ବିଶେଷକରି ସୀମାବର୍ତ୍ତୀ ଜିଲ୍ଲା ଗୁଡିକ ହାଇ ରିସ୍କ ରହିଛି ବୋଲି କହିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ।

ସେ କହିଛନ୍ତି, ବର୍ତମାନ ପଙ୍ଗପାଳ ମଧ୍ୟପ୍ରଦେଶରେ ଅଛି ମନ୍ତ୍ରୀ କହିଛନ୍ତି, ଜିଲ୍ଲାପାଳଙ୍କ ଅଧୀନରେ କମିଟି ଗଠନ କରାଯାଇଛି । ସ୍ପ୍ରେ ଏବଂ ମେଡ଼ିସିନ ମହଜୁଦ ରଖାଯାଇଛି। ପଙ୍ଗପାଳ ଓଡ଼ିଶା ଆସିବା ନେଇ ମୌସୁମୀ ଉପରେ ନିର୍ଭର କରେ । ଚାଷୀଙ୍କ ସହ କଥା ହେଉଛୁ । ଝଣ୍ଟିକାକୁ ଦେଖି ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ।

Leave A Reply

Your email address will not be published.