Latest Odisha News

BREAKING NEWS

ପୋଲସରା ବ୍ଲକ ରୁମାଗଡ଼ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ରୁମାଗଡ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ରୁମାଗଡ଼ ଗାଁର ଜଣେ ମହିଳାଙ୍କ କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ସଂପୃକ୍ତ ପରିବାରର ଅନ୍ୟ ୪ ଜଣଙ୍କର ପଜେଟିଭ୍ ଚିହ୍ନଟ ହୋଇଥିଲେ । ଗୋଷ୍ଠୀ ସଂକ୍ରମଣ କୁ ଆଶଙ୍କା କରି ସଂପୂର୍ଣ୍ଣ ରୁମାଗଡ଼ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ଏପରିକି ରୁମାଗଡ଼ର ପ୍ରତ୍ୟେକଟି ପ୍ରବେସ ପଥକୁ ରାତି ଅଧିଆ ସିଲ୍ କରାଯାଇଛି । ଏଥିସହ ଜରୁରୀ କାଳୀନ ସାମଗ୍ରୀକୁ ଗ୍ରାମରେ ଯୋଗାଇ ଦେବା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ ସୂଚନା ଦେଇଛନ୍ତି । ସେହିପରି ଖପରାଗଣ୍ଡା, କନ୍ଧପଲ୍ଲି ଓ ଭାଟଖାଲି ଅଞ୍ଚଳକୁ ବୋଫର ଜୋନ୍ ଭାବେ ଘୋଷଣା କରାଯିବା ସହ ସମସ୍ତ ଗାଁକୁ ସତର୍କତା ଅବଲମ୍ବନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି ।

Leave A Reply

Your email address will not be published.