Latest Odisha News

BREAKING NEWS

ରାଜଧାନୀ ହେବ ଗ୍ରୀନ୍‌ସିଟି, ପୁନଃ ନିର୍ମାଣ ହେବ ୱେଷ୍ଟ ଟୁ ଆର୍ଟ ପାର୍କ

ଭୁବନେଶ୍ୱର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ପାର୍କ ଓ ଉଦ୍ୟାନ ପରିଦର୍ଷନ କରିଛନ୍ତି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ବଲୱନ୍ତ ସିଂହ ଓ ଅନ୍ୟ ଅଧିକାରୀଙ୍କ ସହ ମନ୍ତ୍ରୀ ଆନନ୍ଦବନ, ଘାଟିକିଆସ୍ଥିତ ରାଜ୍ୟ ସିଲଭିକଲ୍‌ଚର ଗାର୍ଡେନ, କଳିଙ୍ଗ ନଗରର ଡ. ଏପିଜେ ଅବଦୁଲ କଲାମ ପାର୍କ ଏବଂ କଳିଙ୍ଗ ନଗର କେ-୭ରେ ଥିବା ୱେଷ୍ଟ ଟି ଆର୍ଟ ପାର୍କ ପରିଦର୍ଶନ କରିଥିଲେ।

ଏହି ଅବସରରେ ରାଜଧାନୀକୁ ଗ୍ରୀନସିଟି କରିବାକୁ ବିଭିନ୍ନ ପଦକ୍ଷେପ ନେବାକୁ ସେ କହିଛନ୍ତି। ଭୁବନେଶ୍ୱରର ପ୍ରମୁଖ ସହରାଞ୍ଚଳ ଫରେଷ୍ଟ ପାର୍କ ଆନନ୍ଦବନରେ ମନ୍ତ୍ରୀ କିଛି ସମୟ ଅତିବାହିତ କରିଥିଲେ। ସ୍ୱର୍ଣ୍ଣ ଚମ୍ପା ଚାରାରୋପଣ କରିବା ସହ ଖୋଲା ପାଠାଗାର, ଅମ୍ଫିଥିଏଟର, ପାର୍କିଂ ସ୍ଥାନ ଓ ଅନ୍ୟାନ୍ୟ ସୁବିଧା ବୁଲି ଦେଖିଥିଲେ। ୮୯.୦୫ ଏକର ପରିମିତ ଏହି ଆନନ୍ଦବନରେ ପର୍ଯ୍ୟାପ୍ତ ପାର୍କିଂ, ବେଞ୍ଚ, ବର୍ଷା ଆଶ୍ରୟସ୍ଥଳୀ ରହିଛି। ବିଡିଏ ପକ୍ଷରୁ ଏହି ପାର୍କ ବିକାଶ କରାଯାଉଛି।

ବର୍ତ୍ତମାନ ଚାଲିଥିବା ପୁନଃ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ଆରମ୍ଭ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଡିଏ ଓ ବନବିଭାଗ ପକ୍ଷରୁ ବିକଶିତ ହେଉଥିବା ରାଜ୍ୟ ସିଲଭିରଲଚର ଗାର୍ଡେନରେ ଚାଲିଥିବା କାର୍ଯ୍ୟକୁ ତୁରନ୍ତ ଶେଷ କରି ଜନସାଧାରଣଙ୍କ ପାଇଁ ଏହି ସୁବିଧା ଖୋଲିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.