Latest Odisha News

ଗୋ ହତ୍ୟାକାରୀଙ୍କୁ ମନ୍ତ୍ରୀଙ୍କ ତାଗିଦ୍, ହେବ କଠୋର କାର୍ଯ୍ୟନୁଷ୍ଠାନ

ଭୁବନେଶ୍ବର: ରାଜ୍ୟରେ ଗୋ ଚାଲାଣକାରୀ ଓ ଗୋ ହତ୍ୟାକରୀଙ୍କୁ ଚେତାବନୀ ଦେଇଛନ୍ତି ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ୍ । ଗୋ ଚାଲାଣ ଆଇନ କଡ଼ାକଡ଼ି ହେବ ସହିତ ଗୋ ଚାଲାଣ, ଗୋ ହତ୍ୟାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ସଚେତନ କରାଇଛନ୍ତି ।

ଏନେଇ ମନ୍ତ୍ରୀ କହିଛନ୍ତି, ଗୋମାତାଙ୍କ ସୁରକ୍ଷା ପାଇଁ କଡା ଆଇନ ଆସିବ । ଗୋ ହତ୍ୟାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଏଥିସହିତ ରାଜ୍ୟରେ କାମଧେନୁ ଯୋଜନା କିଭଳି କାର୍ଯ୍ୟକାରୀ ହେବ ସେନେଇ ଧ୍ୟାନ ଦିଆଯିବ । ଏଥିପାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ନେତୃତ୍ବରେ ୫ ଜଣ ମନ୍ତ୍ରୀ ଓ ସଚିବଙ୍କୁ ନେଇ କମିଟି ଗଠନ ହୋଇଛି । ରାଜ୍ୟରେ ଗୋ ରକ୍ଷା, ଗୋ ସୁରକ୍ଷା, ଗୋ ବଂଶ ବୃଦ୍ଧି, ଦୁଗ୍ଧ ଉତ୍ପାଦନ ବୃଦ୍ଧି ସହିତ ଜୈବିକ ସାରର ଆଦିର ଉତ୍ପାଦନ କ୍ଷେତ୍ରରେ ଧ୍ୟାନ ଦିଆଯିବ । ଏତିସହିତ ରାସ୍ତାଘାଟରେ ଗାଇଗୋରୁଙ୍କ ଦୁର୍ଘଟଣା ରୋକିବା ଏବଂ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ହେବ । ରାଜ୍ୟର ପ୍ରତି ବ୍ଲକରେ ଓମ୍ଫେଡ୍ ଷ୍ଟଲ ହେବ । ସବୁ ମନ୍ଦିରରେ ଓମ୍ଫଫେଡ୍ ଘିଅ ବ୍ୟବହାର ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି । ଏଥିସହିତ ପ୍ରତି ବ୍ଲକରେ କାମଧେନୁ ଯୋଜନା ୮ଟି ବିନ୍ଦୁରେ କାର୍ଯ୍ୟକାରୀ ହେବ । କାମଧେନୁ ଯୋଜନା ପାଇଁ ମୋଟ ୧୪୨୩ କୋଟି ବ୍ୟୟବରାଦ କରାଯାଇଛି । ଏଥିସହିତ ମାଈ ବାଛୁରୀଙ୍କ ଖାଦ୍ୟ ପାଇଁ ସବସିଡି ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ପ୍ରତି ଗାଁରେ ଗୋପାଳନ କ୍ଷେତ୍ରରେ ସବସିଡି ବ୍ୟବସ୍ଥା କରାଯିବ ।

Comments are closed.