କୋରାପୁଟ: କୋରାପୁଟ ସୁନାବେଡ଼ା ଗସ୍ତରେ ଯାଇ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଆହାର କେନ୍ଦ୍ରରେ ଭୋଜନ କଲେ ନଗର ଉନ୍ନୟନ ମନ୍ତ୍ରୀ । ଆହାର କେନ୍ଦ୍ରରେ ଖାଦ୍ୟର ଗୁଣବତ୍ତାକୁ ନିଜେ ତଦାରଖ କରିବା ସହିତ ଖାଦ୍ୟର ଶୁଷମତା ଏବଂ ସ୍ବାଦକୁ ପରଖିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ଆହାର କେନ୍ଦ୍ରରେ ଭାତ, ଡାଲମା ଓ ଆଚାର ଖାଇଲେ ମନ୍ତ୍ରୀ । ଏହି ସମୟରେ ମନ୍ତ୍ରୀଙ୍କ ସହ କୋରାପୁଟ ବିଧାୟକ ରଘୁରାମ ମାଛ ଏବଂ କୋରାପୁଟ ଜିଲ୍ଲାପାଳ ମନୋଜ୍ ସତ୍ୟବାନ ମହାଜନ ମଧ୍ୟ ରହିଥିଲେ ।
ଆଜି ସକାଳୁ କୋରାପୁଟ ଓ ସୁନାବେଡ଼ା ପୌରପାଳିକାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ହେଉଥିବା ଉନ୍ନୟନ କାର୍ଯ୍ୟକୁ ନିଜେ ଦେଖିବା ସହ ସମୀକ୍ଷା କରିଛନ୍ତି । ସୁନାବେଡ଼ା ମ୍ୟୁନିସିପାଲିଟିରେ ଅଧିକାରୀ ଓ ଜନତାଙ୍କ ସହ ଆଲୋଚନା କରି ଥିଲେ । ସେମିଳିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ଭେଣ୍ଟିଙ୍ଗ୍ ଜୋନ ପରିଦର୍ଶନ କରିଥିଲେ ।
ଗତକାଲି ଜାତୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।