Latest Odisha News

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା: ଚାକିରି ଛାଡି ଦେବାକୁ ପୁଲିସ ଡିଜିଙ୍କୁ ବିଜୟ ମହାପାତ୍ରଙ୍କ ପରାମର୍ଶ

ଭୁବନେଶ୍ୱର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣା ଉପରେ ବର୍ଷିଲେ ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର। ଏହି ଘଟଣାରେ ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ନେଇ ବର୍ଷିଛନ୍ତି। ଏପର୍ଯ୍ୟନ୍ତ ପୋଲିସ ଡିଜି କାହିଁକି ଘଟଣାସ୍ଥଳକୁ ଗଲେ ନାହିଁ ବୋଲି ବିଜୟ ମହାପାତ୍ର ପ୍ରଶ୍ନ କରିଛନ୍ତି। ଜଣେ କ୍ୟାବିନେଟ ମନ୍ତ୍ରୀଙ୍କର ହତ୍ୟା ହେଲା ପରେବି ସେ ଘଟଣାସ୍ଥଳକୁ ଗଲେନି। ତାହେଲେ ଆଉ କାହା ପାଇଁ ଯିବେ? ସେ ତାଙ୍କ ପଦବୀରେ ଅଛନ୍ତି କି ନାହିଁ ଜଣାପଡୁନି ବୋଲି ବିଜୟ ମହାପାତ୍ର କହିଛନ୍ତି। ଅତ୍ୟନ୍ତ ନିର୍ଲଜ ଭାବେ ରହିବା ଅପେକ୍ଷା ଚାକିରୀ ଛାଡି ଦେବା ଉଚିତ ବୋଲି ବିଜୟ ମହାପାତ୍ର କହିଛନ୍ତି।

ଆଜି ଏହି ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ପୂର୍ବତନ ମନ୍ତ୍ରୀ କହିଛନ୍ତି,  ଏଭଳି ଘଟଣା ଭାରତବର୍ଷରେ କେବେ ହୋଇନଥିବ। ଇତିହାସରେ ପ୍ରଥମ ଜଣେ ମନ୍ତ୍ରୀଙ୍କୁ ସବୁ ସୁରକ୍ଷା ଥାଇ ବି ହତ୍ୟା କରାଗଲା। ଘଟଣାସ୍ଥଳରେ ପୋଲିସ ଥିଲେ। ସେମାନେ କ’ଣ କରୁଥିଲେ? ସେମାନଙ୍କ ଉପସ୍ଥିତରେ କେମିତି ଘଟଣା ଘଟିଲା ସେ ନେଇ ପୋଲିସ ଉପରେ ପ୍ରଶ୍ନ ଉଠାଇଛନ୍ତି।

ତଦନ୍ତ ଚାଲିଛି ହେଲେ ରହସ୍ୟ ଏବଂ ଷଡଯନ୍ତ୍ର ଲୋକ ଲୋଚନକୁ ଆସିପାରିନାହିଁ। ଏହା ହେଉଛି ତଦନ୍ତର ବିଫଳତାକୁ ଜଳ ଜଳ କରି ସୂଚାଉଛି। କ୍ରାଇମବ୍ରାଞ୍ଚ ଏଡିଜି କହିଲେ ଅପରାଧୀ ଧରା ହୋଇଛି। ହେଲେ ଏହା ହତ୍ୟା ନା ଷଡଯନ୍ତ୍ର ନା ଆଉ କଣ କିଛି ସ୍ପଷ୍ଟ କରି ନାହିଁ ତଦନ୍ତକାରୀ ଟିମ୍। ତେଣୁ ଏହି ଘଟଣାରେ କେବଳ ଅପରାଧୀକୁ ଧରି କେସ କ୍ଲୋଜ କରିବାକୁ ଚକ୍ରାନ୍ତ ହେଉଥିବା ମନେ ହେଉଛି ବୋଲି ବିଜୟ ମହାପାତ୍ର କହିଛନ୍ତି।

ଏଥିସହ ତଦନ୍ତ ପ୍ରକ୍ରିୟା ଉପରେ ବିଜୟ ମହାପାତ୍ର ପ୍ରଶ୍ନ ଉଠାଇ କହିଛନ୍ତି, ଦୁଇ ଦିନ ପୂର୍ବରୁ ଗୋପଳ ଦାସ କେଉଁ ସ୍ଥାନକୁ ଯାଇଥିଲେ, କାହା ସହିତ ବୈଠକ କରିଥିଲେ ଏ ବାବଦରେ ତଦନ୍ତ ହେଉଛି କି  ନାହିଁ ବୋଲି ପ୍ରଶ୍ନ କରିଛନ୍ତି।

ସେହିପରି ଗୋପଳ ଦାସ ଓ ନବ ଦାସଙ୍କ କଲ ରେକର୍ଡ ଯାଞ୍ଚ ହୋଇଛି କି ? ଦୁଇ ତିନି ପୂର୍ଵରୁ କିଛି ଅବସରପ୍ରାପ୍ତ ଅଫିସର ଓ କିଛି ନେତା ମାନେ ଝାରସୁଗୁଡାରେ ଉପସ୍ଥିତ ରହି କ’ଣ କରୁଥିଲେ? ଏହି କାମ ପାଇଁ ଥିଲେ ନା ଅନ୍ୟ କାରଣ ପାଇଁ ଥିଲେ ବୋଲି ସେ ଦିଗରେ ତଦନ୍ତ ହେଉଛି କି ନାହଁ ପ୍ରଶ୍ନ କରିଛନ୍ତି।

ରାଜ୍ୟ ସରକାର ଏସଆଇଟିକୁ ତଦନ୍ତ କରିବାକୁ ଦିଅନ୍ତୁ। ହାଇକୋର୍ଟର ଜଣେ ବିଚାରପତିଙ୍କ ଦ୍ୱାରା ଏସଆଇଟି ଗଠନ କରାଯାଉ  ବୋଲି ସେ ଦାବି କରିଛନ୍ତି।

 

Comments are closed.