Latest Odisha News

BREAKING NEWS

ପ୍ରଦୀପ ମହାରଥୀଙ୍କ ନିଧନରେ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଶୋକ ପ୍ରକାଶ 

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ କୁମାର ମହାରଥୀଙ୍କ ବିୟୋଗରେ ରାଜ୍ୟ ଜଳସଂପଦ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି I

ଶୋକ ବାର୍ତ୍ତାରେ ମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ, “ସ୍ବର୍ଗତ ମହାରଥୀଙ୍କ ବିୟୋଗ ଆମ ରାଜ୍ୟ ତଥା ରାଜନୈତିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ନିଜ ଅଂଚଳ ତଥା ଓଡିଶାର ବିକାଶ ପାଇଁ ତାଙ୍କର ନେତୃତ୍ବ ସାଲିସ ବିହୀନ ଥିଲା । ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଭାବରେ ତାଙ୍କର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ କାର୍ଯ୍ୟ ଦକ୍ଷତା ସମସ୍ତଙ୍କୁ ବିଶେଷ କରି ଯୁବପିଢିଙ୍କୁ ସର୍ବଦା ଅନୁପ୍ରାଣିତ କରୁଥିବା” ମନ୍ତ୍ରୀ ପ୍ରକାଶ କରିଛନ୍ତି।

ଏହାସହ ଆମର ଆତ୍ମାର ସଦଗଦି କାମନା ପୂର୍ବକ ଶୋକ ସନ୍ତପ୍ତ ପରିବାରବର୍ଗ ଓ ଆତ୍ମୀୟ ସ୍ଵଜନଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି I

Leave A Reply

Your email address will not be published.