Latest Odisha News

ପ୍ରବଳ ଖରା: ଏପ୍ରିଲ ୩୦ ପରେ ସ୍କୁଲ ଖୋଲିବ କି ନାହିଁ ଜବାବ ରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ସାରା ଓଡ଼ିଶାରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ବାଧ୍ୟ ହୋଇଛନ୍ତି। ନିଷ୍ପତ୍ତି ଅନୁୟାୟୀ, ୨୦୨୨ ଏପ୍ରିଲ ୩୦ ଯାଏ ସାମୟିକ ଭାବେ ସ୍କୁଲ ବନ୍ଦ କରିବାକୁ ସରକାର ଘୋଷଣା କରିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗୁରୁବାର ଏ ନେଇ କହିଛନ୍ତି ଯେ ଏପ୍ରିଲ ୩୦ରେ ଗ୍ରୀଷ୍ମ ପ୍ରବାହର ସ୍ଥିତି ସମୀକ୍ଷା କରିବା ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ। ଆହୁରି ତିନି ଦିନ ପ୍ରବଳ ଖରା ହେବ ବୋଲି ସୂଚନା ରହିଛି । ଯେଉଁମାନେ ଏବେ ଘରେ ରହିଛନ୍ତି ସେମାନଙ୍କର ଅନ ଲାଇନ୍ ପାଠ ପଢ଼ା ହେଉଛି । ତେଣୁ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆବଶ୍ୟକ ପଡିଲେ ସ୍କୁଲ ଆଉ କିଛି ଦିନ ବନ୍ଦ କରିବାକୁ ନିଷ୍ପତ୍ତି ନେଇପାରନ୍ତି । ତେବେ ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତ ଦିଗକୁ ବିଚାରକୁ ନିଆଯିବ । ଏହାପରେ ଘୋଷଣା ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୩୦ ଯାଏ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ମେ ୪ ଯାଏ ରାଜ୍ୟରେ ତାପମାତ୍ରା ଅଧିକ ରହିବ ବୋଲି ଅନୁମାନ କରାଯାଉଛି।

ମନ୍ତ୍ରୀ ଦାଶଙ୍କ କହିବାନୁସାରେ, ଯଦି ଗ୍ରୀଷ୍ମ ପ୍ରବାହ ଜାରି ରହେ, ତେବେ ଆଇଏମଡିର ପୂର୍ବାନୁମାନ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ୱାରା ଜାରି ହୋଇଥିବା ଆବଶ୍ୟକ ନିର୍ଦ୍ଦେଶାବଳୀ ଆଧାରରେ ନିଷ୍ପତ୍ତି ନିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.