Latest Odisha News

BREAKING NEWS

ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗ, ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମନ୍ତ୍ରୀ କହିଛନ୍ତି, ଉଦ୍ଦେଶ୍ୟମୂଳକ ଭାବେ ସରକାର ସ୍କୁଲ ବନ୍ଦ କରିନାହାନ୍ତି । ଆଇନ ବାହାରକୁ ଯାଇ କୌଣସି କାର୍ଯ୍ୟ କରାଯାଇନାହିଁ । ଛୋଟ ଛୋଟ ସ୍କୁଲକୁ ଏକତ୍ରୀକରଣ କରି ବୃହତ ସ୍କୁଲ କରାଯାଇପାରିଲେ ଶୈକ୍ଷିକ ବାତାବରଣ ଓ ଗୁଣାତ୍ମକ ଶିକ୍ଷା ବୃଦ୍ଧି ପାଇ ପାରିବ । ବର୍ତ୍ତମାନ ବିଦ୍ୟାଳୟ ସଂଖ୍ୟା ୬୬ ହଜାର ୫୯୪ । ସବୁ ଛାତ୍ରଛାତ୍ରୀଙ୍କୁ କିପରି ଶ୍ରେଣୀ ଗୃହ ଯୋଗାଇ ଦିଆଯାଇପାରିବ, ଏହା ସହ କିପରି ଶ୍ରେଣୀ ଶିକ୍ଷକ ଦିଆଯିବ ତାହା ସରକାରଙ୍କ ମୂଲ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ କହିଛନ୍ତି । ସ୍କୁଲ ଏକତ୍ରୀକରଣ କଲେ ଗୋଟିଏ ସ୍ଥାନରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପ୍ରଦାନ କରାଯାଇପାରିବ । ଲିଖିତ ଭାବେ ଜଣାଇଲେ, ଯେଉଁ ସ୍କୁଲର ସମସ୍ୟା ରହିଛି ସମାଧାନ କରାଯିବ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

ରାଜ୍ୟରେ ସ୍କୁଲ ବନ୍ଦକୁ ନେଇ ଗତକାଲି ବିଧାନସଭାରେ ହୋହଲ୍ଲା କରିଥିଲେ ବିରୋଧୀ । ବାରମ୍ବାର ଗୃହ ମୁଲତବୀ ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ଆଜି ସରକାରୀ ଦଳ ମୁଖ୍ୟ ସଚେତକ ଏନେଇ ଗୃହରେ ମୋସନ ଆଣିବେ ବୋଲି ନିଷ୍ପତ୍ତି ହୋଇଥିଲା । ଏହି ନିଷ୍ପତ୍ତି ଅନୁଯାୟୀ ଆଜି ବିଧାନସଭା ଆରମ୍ଭ ହେବା ପରେ ପ୍ରସ୍ତାବ ଆଣିଥିଲେ ସରକାର ।

Leave A Reply

Your email address will not be published.