Latest Odisha News

BREAKING NEWS

ନୂଆ ବର୍ଷରୁ ହେବନି ଶ୍ରୀମନ୍ଦିରରେ ଧାଡି ଦର୍ଶନ: ମନ୍ତ୍ରୀ

ପୁରୀ: ନୂଆ ବର୍ଷରୁ ଶ୍ରୀମନ୍ଦିରରେ ହେବାକୁ ଥିବା ଧାଡି ଦର୍ଶନ ବ୍ୟବସ୍ଥାକୁ ସ୍ଥଗିତ ରଖାଯାଇଛି । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଯେ, ଗଙ୍ଗା ସ୍ନାନ ପଡୁଥିବାରୁ ଜାନୁଆରୀ ୨୦ ଯାଏଁ ଭିଡ ରହିବ । ଏହି ସମୟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ରହିବ । ଯାହାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଜାନୁଆରୀ ୨୦ରୁ ୨୨ ଭିତରେ ଧାଡି ଦର୍ଶନ ପୂର୍ଣ୍ଣାଙ୍ଗ ଭାବେ ଲାଗୁ ହେବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସବୁ ସମୟରେ ଶ୍ରୀମନ୍ଦିର ନାଟ ମଣ୍ଡପ ଭିତରେ ଭକ୍ତଙ୍କ ପ୍ରବଳ ଭିଡ ରହୁଛି ଯାହାକୁ ନେଇ ଅନେକ ସମୟରେ ଦଳାଚକଟା ସହ କେତେ ଭକ୍ତ ଅଣନିଃଶ୍ବାସୀ ହେଇଯାଉଥିବା ଖବର ସାମ୍ନାକୁ ଆସୁଛି । ଏପରିକି ବୟସ୍କ ଓ ଛୋଟ ପିଲାମାନଙ୍କୁ ବହୁ ଅସୁବିଧାର ସାମ୍ନା କରୁବାକୁ ପଡୁଛି । ତେବେ କିଭଳି ଭକ୍ତ ଶୃଙ୍ଖଳିତ ଭାବେ ପ୍ରବେଶ କରି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ସେନେଇ ବାରିକେଡ ବ୍ୟବସ୍ଥା କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ ।

Leave A Reply

Your email address will not be published.