Latest Odisha News

BREAKING NEWS

ଦିନିକିଆ ନୂଆପଡା ଗସ୍ତରେ ମନ୍ତ୍ରୀ ଟୁକୁନି ସାହୁ

ନୂଆପଡା : ଦିନିକିଆ ନୂଆପଡା ଗସ୍ତରେ ମନ୍ତ୍ରୀ ଟୁକୁନି ସାହୁ । ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଦିନିକିଆ ନୂଆପଡା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ସହ ଶୁଭ ଉଦଘାଟନ କରିଛନ୍ତି ।ଆଜି ପ୍ରଥମେ ଶ୍ରୀମତି ସାହୁ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକରେ ନିର୍ମାଣ ହେବାକୁ ଥିବା ମିଶନ ଶକ୍ତି ଗୃହ ଶିଳାନ୍ୟାସ କରିଥିଲେ ।

ପରେ କୋମନା ଯାଇ ସେଠାରେ ମଧ୍ୟ ମିଶନ ଶକ୍ତି ଗୃହ ଶିଳାନ୍ୟାସ କରିଥିଲେ । ତା ପରେ ଶ୍ରୀମତି ସାହୁ ମହିଳା ମାନଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବା ମିଶନ ଶକ୍ତି କାଫେର ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ମହିଳା ମାନେ ଆହୁରୀ ସୁବିଧା ସୁଯୋଗ ପାଇପାରିବେ ।

ଆଗକୁ ମଧ୍ୟ ରାଜ୍ୟ ସରକାର ବିଶେଷ କରି ମହିଳାଙ୍କ ବିକାଶ ପାଇଁ ଆହୁରୀ ଜନହିତକର କାର୍ଯ୍ୟ କରିବେ ଯାହାଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଲାଭବାନ ହୋଇପାରିବେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ମହିଳା ମାନଙ୍କୁ ଆହ୍ୱାନ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଟୁକୁନି ସାହୁଙ୍କ ସମେତ ,ନୂଆପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ, ରାଜେନ୍ଦ୍ର ଢୋକଲିଆ. ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ , ଲାମ୍ବୋଦର ନିଆଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ନୂଆପଡା ଜିଲ୍ଲାପାଳ ସ୍ୱଧ୍ୟାଦେବ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.