ଭୁବନେଶ୍ୱର: ସୋସିଆଲ ମିଡିଆରେ ବାରମ୍ବାର ଭୁଲ ଓଡିଆ ଲେଖି ସମାଲୋଚିତ ହୋଇଛି କେନ୍ଦ୍ର ସଂସ୍କୃତି ମନ୍ତଣାଳୟ । ଗତ ୨୮ ତାରିଖରେ ସହିଦ ଭଗତ ସିଂଙ୍କ ଜୟନ୍ତୀ ଅବସରରେ ସୋସିଆଲ ମିଡିଆ ଟ୍ୱିଟରରେ ମନ୍ତ୍ରଣାଳୟ ପକ୍ଷରୁ ଓଡିଆରେ ଅପଭ୍ରଂଶ କରି ଶହୀଦ ଭାଗବତ ସିଂ ବୋଲି ଲେଖା ଯାଇଛି । ଯାହାକୁ ଅନେକ ଟ୍ୱିଟର ବ୍ୟବହାରକାରୀ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି ।
ତାଙ୍କ ଜନ୍ମ ବାର୍ଷିକୀରେ ଅନ୍ୟତମ ସାହସୀ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଭାଗବତ ସିଂ ଜୀଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି। ସେ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଉତ୍ସାହିତ କରିଥାନ୍ତି । #shaheedbhagatsingh #भगत_सिंह pic.twitter.com/mJxEyH4eEY
— Ministry of Culture (@MinOfCultureGoI) September 28, 2020
ସେହିଭଳି ଦେଶର ବିଭିନ୍ନ ଐତିହ୍ୟ କୀର୍ତ୍ତିରାଜିର ଫଟୋ ସମ୍ବଳିତ ଟ୍ୱିଟର ପୋଷ୍ଟରେ ଭୁଲଭାଲ ଓଡିଆ ଲେଖା ଓ ବନାନକୁ ନେଇ ବ୍ୟାପକ ସମାଲୋଚନା ପରେ ମନ୍ତ୍ରଣାଳୟ ପକ୍ଷରୁ ସଂପୃକ୍ତ ପୋଷ୍ଟଟିକୁ ହଟାଇ ନିଆଯାଇଛି ।
ଭାଗବତ ସିଂ ?? https://t.co/SQ4JSCbcvs
— ନିଧି ଅଜା (Nidhi Ajaa) (@nidhi_budha) October 1, 2020
Dear @MinOfCultureGoI if you can’t write good #Odia then please don’t try to show the wrong one. It gives pain to the 4crore odia. In Odia we have never seen such words that you have mentioned in your posters. @secycultureGOI @PIBCulture @pspoffice @Culturedeptt @OdiaCulture pic.twitter.com/zFgK2cBacy
— ସୁବର୍ଣ୍ଣପୁର Subarnapura (@Shibashish_M) October 1, 2020
ସୂଚନାଯୋଗ୍ୟ ଯେ, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶର ବିଭିନ୍ନ ଆଞ୍ଚଳିକ ଭାଷାକୁ ପ୍ରେତ୍ସାହିତ କରିବା ପାଇଁ ସଂପୃକ୍ତ ଭାଷାରେ ସୋସିଆଲ ମିଡିଆରେ ପୋଷ୍ଟ କରାଯିବା ଆରମ୍ଭ ହୋଇଛି । ତେବେ ଓଡିଆ ଭଳି ଆଞ୍ଚଳିକ ଭାଷାରେ ଲିଖିତ ପୋଷ୍ଟଗୁଡିକରେ ଅନେକ ଭୁଲ ଭଟକା ରହୁଥିବାରୁ ଏହା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଖାମଖିଆଲ ମନୋଭାବକୁ ଦର୍ଶାଉଛି ବୋଲି ଦେଶ ବିଦେଶରେ ରହୁଥିବା ଅନେକ ଓଡିଆ ପ୍ରେମୀ ମତ ପ୍ରକାଶ କରିଛନ୍ତି ।