ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଅନେକ ଦେଶରେ ଟୀକାକରଣ ଆରମ୍ଭ ହୋଇସାରିଲାଣି । ଭାରତରେ କରୋନାକୁ ମାରିବା ପାଇଁ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଓ ଭାରତ ବାୟୋଟେକ ଟିକା ପ୍ରସ୍ତୁତ ହୋଇ ରହିଛି । ଏହା ଭିତରେ ଖବର ଆସି ପହଞ୍ଚିଥିଲା କି, କୋଭିଡ୍-୧୯ ଭ୍ୟାକସିନର ଜରୁରୀକାଳୀନ ବ୍ୟବହାର ପାଇଁ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଓ ଭାରତ ବାୟୋଟେକ ପ୍ରସ୍ତାବକୁ ବୁଧବାର ମଞ୍ଜୁରୀ ମିଳିନାହିଁ । ସଂପୂର୍ଣ୍ଣ ଡାଟା ଦିଆଯାଇନଥିବାରୁ ମଞ୍ଜୁରୀ ମିଳିପାରିନାହିଁ । ସୁରକ୍ଷା ଓ ପ୍ରଭାବଶୀଳତା ନେଇ ଡାଟା ଉପଲବ୍ଧ ହୋଇନଥିବା କାରଣରୁ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇନାହିଁ । ସେରମ ଓ ଭାରତ ବାୟୋଟେକକୁ ଅଧିକ ତଥ୍ୟ ପ୍ରଦାନ କରିବା ପାଇଁ କୁହାଯାଇଛି ।
ହେଲେ ଏପରି ଖବରକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଖାରଜ କରି ଦିଆଯାଇଛି । ଏପରି ଖବର ସଂପୂର୍ଣ୍ଣ ରୂପେ ଭୁଲ, ଖବରରେ କୌଣସି ସତ୍ୟତା ନାହିଁ ବୋଲି କୁହାଯାଇଛି । ସେଣ୍ଟ୍ରାଲ ଡଗ୍ସ ଷ୍ଟାଣ୍ଡାଡ କେଣ୍ଟ୍ରାଲ ଅରଗାନାଇଜେସନ୍ ଏକ୍ସପର୍ଟ କମିଟିର ଆଜି ବୈଠକ ବସିଥିଲା । କମିଟି ଫାଇଜର, ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକର ଆବେଦନ ଉପରେ ଆଲୋଚନା କରିଥିଲେ । ବୈଠକ ପରେ ସେରମ ପକ୍ଷରୁ କୁହାଯାଇଛି ଯେ, ସରକାରଙ୍କ ପାଇଁ ଏପରି କ୍ଷେତ୍ରରେ ଅନେକ ବୈଠକ କରିବାର ଆବଶ୍ୟକତା ରହିଛି । ଏହା ଏକ ସାଧାରଣ ପ୍ରକ୍ରିୟା । ଏପରି ପ୍ରକ୍ରିୟା ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଲିବ ବୋଲି ଆଶା କରାଯାଉଛି ।
Comments are closed.