Latest Odisha News

BREAKING NEWS

ସରକାରଙ୍କ ସଂଶୋଧିତ ପ୍ରସ୍ତାବକୁ ଚାଷୀଙ୍କ ପ୍ରତ୍ୟାଖ୍ୟାନ: ସାରା ଦେଶରେ ହେବ ଧାରଣା, ପ୍ରତିବାଦ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସଂଶୋଧିତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଚାଷୀ । ଏହା ପରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ଅମିତ ଶାହଙ୍କୁ ଭେଟିବାକୁ ପହଞ୍ଚିଛନ୍ତି । ଗୃହମନ୍ତ୍ରୀଙ୍କ ସହ କୃଷି ମନ୍ତ୍ରୀ ଆଲୋଚନା କରୁଛନ୍ତି । ଆସନ୍ତା ୧୨ ତାରିଖରେ ଚାଷୀ ଦିଲ୍ଲୀ ଜୟପୁର ରାସ୍ତା ବନ୍ଦ କରିବାକୁ ଡାକରା ଦେଇଛନ୍ତି । ଏହା ସହ ୧୪ ତାରିଖରେ ଦେଶର ବିଭିନ୍ନ ସ୍ଥାନରେ ଧାରଣା ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଲିଖିତ ସଂଶୋଧନ ପ୍ରସ୍ତାବ ଦିଆଯାଇଥିଲା । ଏମଏସପି ଓ ମଣ୍ଡି ବ୍ୟବସ୍ଥାରେ ସରକାର ସଂଶୋଧନ କରିଥିଲେ । ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ସାମ୍ବାଦିକ ସମ୍ମିଳନୀ କରି ଚାଷୀମାନେ କହିଛନ୍ତି ଆମେ ଆନ୍ଦୋଳନକୁ ଆହୁରି ଜୋରଦାର କରିବୁ । ଚାଷୀମାନେ କହିଛନ୍ତି ଦିଲ୍ଲୀ ଓ ଆଖପାଖ ରାଜ୍ୟରେ ଦିଲ୍ଲୀ ଚଲୋ ଡାକରା ଦିଆଯିବ । ଅନ୍ୟ ରାଜ୍ୟରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ।

ଚାଷୀମାନେ କହିଛନ୍ତି ବିଜେପି ମନ୍ତ୍ରୀ ମାନଙ୍କୁ ଘେରାଉ କରାଯିବ । ୧୨ ତାରିଖରେ ଗୋଟିଏ ଦିନ ପାଇଁ ଟୋଲ ପ୍ଲାଜା ବନ୍ଦ କରାଯିବ । ରିଲାଏନ୍ସର ସବୁ ପ୍ରଡକ୍ଟ ବଏକଟ କରିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ମଙ୍ଗଳବାର ଭାରତ ବନ୍ଦ କରିଥିଲେ । ସଂଧ୍ୟାରେ ଗୃହମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା । ଏହା ପରେ ଆଜି ସଂଶୋଧିତ ପ୍ରସ୍ତାବ ପଠାଯାଇଥିଲା ।

Leave A Reply

Your email address will not be published.