Latest Odisha News

BREAKING NEWS

ଘୋଷଣା ହେଲା ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ-୨୦୨୪

ନୁଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ ୨୦୨୪ର ଘୋଷଣା କରାଯାଇଛି । ଚଳିତ ବର୍ଷ ଏହି ପୁରସ୍କାରର ତୃତୀୟ ସଂସ୍କରଣ ପ୍ରଦାନ କରାଯିବ । ଭାରତ ଏବଂ ବିଦେଶରେ ଯୋଗର ବାର୍ତ୍ତା ପ୍ରଚାର ପ୍ରସାର କରିବାରେ ଗଣମାଧ୍ୟମର ସକାରାତ୍ମକ ଭୂମିକା ଓ ଦାୟିତ୍ୱକୁ ସମ୍ମାନ ଜଣାଇ ମନ୍ତ୍ରଣାଳୟ ପକ୍ଷରୁ ୨୦୧୯ ଜୁନ୍ ଠାରୁ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ ପୁରସ୍କାର ପ୍ରଦାନ କରାଯାଇ ଆସୁଛି ।

ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ ୨୦୨୪ ଅଧୀନରେ ତିନୋଟି ବର୍ଗ ଛାପା, ଟେଲିଭିଜନ ଏବଂ ରେଡିଓ ଆଦି କ୍ଷେତ୍ରରେ ୨୨ଟି ଭାରତୀୟ ଭାଷା ଓ ଇଂରାଜୀରେ ମୋଟ୍ ୩୩ଟି ସମ୍ମାନ ପ୍ରଦାନ କରାଯିବ । ‘‘ସମ୍ବାଦପତ୍ରରେ ଯୋଗର ଶ୍ରେଷ୍ଠ ଗଣମାଧ୍ୟମ ପ୍ରଚାରପ୍ରସାର’’ ପାଇଁ ଇଂରାଜୀ ଓ ୨୨ଟି ଭାରତୀୟ ଭାଷା ଓ ଇଂରାଜୀରେ ୧୧ଟି ସମ୍ମାନ ଦିଆଯିବ । ସେହିପରି ‘‘ବୈଦ୍ୟୁତିକ ଗଣମାଧ୍ୟମ (ଟିଭି)ରେ ଯୋଗର ଶ୍ରେଷ୍ଠ ଗଣମାଧ୍ୟମ କଭରେଜ୍’’ ପାଇଁ ୨୨ଟି ଭାରତୀୟ ଭାଷା ଓ ଇଂରାଜୀରେ ୧୧ଟି ପୁରସ୍କାର ପ୍ରଦାନ କରାଯିବ । ଅନ୍ୟପଟେ ‘‘ବୈଦ୍ୟୁତିକ ଗଣମାଧ୍ୟମ (ରେଡିଓ)ରେ ଯୋଗର ଶ୍ରେଷ୍ଠ ଗଣମାଧ୍ୟମ କଭରେଜ୍’’ ପାଇଁ ୨୨ଟି ଭାରତୀୟ ଭାଷା ଓ ଇଂରାଜୀରେ ୧୧ଟି ପୁରସ୍କାର ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ଜୁନ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଆସୁଛି । ଏହି କାର୍ଯ୍ୟକ୍ରମ ସାରା ବିଶ୍ୱରେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବା ଲାଗି ଏକ ଗଣଆନ୍ଦୋଳନରେ ପରିଣତ ହୋଇଛି । ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ କଲ୍ୟାଣ ପାଇଁ ଏହାର ସାମଗ୍ରିକ ଆଭିମୁଖ୍ୟ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଆଗ୍ରହ ସୃଷ୍ଟି କରିଛି, ଫଳରେ ଏହି ଦିବସ ଏକ ଜାଗତିକ କାର୍ଯ୍ୟକ୍ରମରେ ପରିଣତ ହୋଛି । ଉଭୟ ଭାରତ ଓ ବିଦେଶରେ ଯୋଗର ବାର୍ତ୍ତା ବ୍ୟାପକ ଭାବେ ପ୍ରଚାରପ୍ରସାର କରିବା କ୍ଷେତ୍ରରେ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ତେଣୁ ଏହି ପ୍ରାଚୀନ ଅଭ୍ୟାସ ଓ ଏହାର ସଂଖ୍ୟାଧିକ ଲାଭର ପ୍ରଚାରପ୍ରସାର ଲାଗି ଗଣମାଧ୍ୟମର ବ୍ୟାପକ ଶକ୍ତି ଓ ଉତ୍ତରଦାୟିତ୍ୱକୁ ମାନ୍ୟତା ଦେବା ଗୁରୁତ୍ୱପୂର୍ଣ୍ଣ।

Leave A Reply

Your email address will not be published.