ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀ ଠାରେ ମଙ୍ଗଳବାର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଓପନ୍ ଏକରେଜ୍ ଲାଇସେନ୍ସି ପଲିସି (ଓଏଏଲପି)ର ପଞ୍ଚମ ବିଡ଼୍ ରାଉଣ୍ଡ ଅଧୀନରେ ପୁରସ୍କାର ପ୍ରାପ୍ତ ୧୧ଟି ତୈଳ ଏବଂ ଗ୍ୟାସ ବ୍ଲକ ପାଇଁ ଚୁକ୍ତିସ୍ୱାକ୍ଷର କରିଛି।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଅନ୍ୱେଷଣ ଏବଂ ଉତ୍ପାଦନ(ଇ ଏବଂ ପି) ସେକ୍ଟରରେ ଭାରତ
ସରକାରଙ୍କ କ୍ରମାଗତ ବଜାର ସହଯୋଗୀ ସଂସ୍କାର ଫଳରେ ଇଜ୍ ଅଫ୍ ଡୁଇଙ୍ଗ ବିଜନେସକୁ ପ୍ରୋତ୍ସାହନ ମିଳିଛି ଏବଂ ଭାରତକୁ ଉର୍ଜା କ୍ଷେତ୍ରରେ ଆତ୍ମନିର୍ଭର କରିଛି।
ଆଗାମୀ ଦିନରେ ଟେକ୍ନୋଲୋଜି ଏବଂ ଅନ୍ୟାନ୍ୟ ଉପାୟରେ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ତଥା ଦେଶର ଆମଦାନୀ ନିର୍ଭରତାକୁ ହ୍ରାସ କରିବା ନେଇ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ପ୍ରଧାନ।
ଏହି ଅବସରରେ ଶ୍ରୀ ପ୍ରଧାନ ଇ ଏବଂ ପି ବ୍ଲକର ବିଡିଂ ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ରାଷ୍ଟ୍ରାୟତ ତୈଳ ଉଦ୍ୟୋଗ ଇଣ୍ଡିଆନ ଅଏଲ ଏବଂ ଓଏନଜିସିକୁ ଅଭିନନ୍ଦନ ଜଣାଇଛନ୍ତି । ଏହା ଦ୍ୱାରା ତୈଳ ଏବଂ ଗ୍ୟାସ କ୍ଷେତ୍ରରେ
ଅନ୍ୱେଷଣ ପ୍ରକ୍ରିୟା ଏବଂ ଉତ୍ପାଦନରେ ଦ୍ରୁତ ବୃଦ୍ଧି ହେବ।
ଓଏଏଲପିରେ ଏନଇଏଲପିର ସମସ୍ତ ନିୟମାବଳିକୁ ପାଳନ କରାଯାଇଛି । ପୂର୍ବରୁ ଅନ୍ୱେଷଣ ଏକ୍ରେଜରେ ୮୦,୦୦୦ ବର୍ଗ କିମି ପରିମିତ କ୍ଷେତ୍ରରେ ଉପଲବ୍ଧ ଥିବାବେଳେ ବର୍ତ୍ତମାନ ଓଏଏଲପି ପଞ୍ଚମ ରାଉଣ୍ଡରେ ପୁରସ୍କୃତ ବ୍ଲକ ଦ୍ୱାରା ଏହା ପାଖାପାଖି ବଢି ୨ ଲକ୍ଷ ୩୭ ହଜାର ବର୍ଗ କିମି ଉପଲବ୍ଧ ହୋଇଛି ବୋଲି ସେ କହିଛନ୍ତି।
ଉଲ୍ଲେଖନୀୟ ଯେ, ଚଳିତବର୍ଷ ଜାନୁଆରୀ ୧୪ ତାରିଖରେ ଏହି ରାଉଣ୍ଡର ଶୁଭାରମ୍ଭ ହୋଇଥିବା ବେଳେ କୋଭିଡ୍ ମହାମାରୀ ସତ୍ତ୍ୱେ ବିଡ଼ିଂ ଜୁନ ୩୦ରେ ସମାପ୍ତ ହୋଇଥିଲା।