Latest Odisha News

BREAKING NEWS

ନାବାଳକକୁ ଛୁରି ଭୁସିଲା ନାବାଳକ

ବଲାଙ୍ଗୀର: ଆଗଲପୁର ଥାନା ରୋତ ଗାଁରେ ଚାଞ୍ଚଲ୍ୟ। ନାବାଳକକୁ ଛୁରୀ ଭୁସି ହତ୍ୟା କଲା ନାବାଳକ। ମୃତକ ହେଲେ ନାବାଳକ ସାହିଲ ପଟେଲ। ସୂଚନା ଅନୁସାରେ, କୌଣସି କାରଣକୁ ନେଇ ଦୁଇ ନାବାଳକଙ୍କ ମଧ୍ୟରେ ବଚସା ପରେ ଛୁରାମାଡ଼ ହୋଇଥିଲା। ଗୁରୁତର ଅବସ୍ଥାରେ ସାହିଲଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଛି।

ଖବର ପାଇ ଆଗଲପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ହତ୍ୟାର ପ୍ରକୃତ କାରଣ ଓ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଜାଣିବାକୁ ତଦନ୍ତ ଜାରି ରହିଛି। ନାବାଳକର ମୃତ୍ୟୁ ପରେ ଆଗଲପୁର ଥାନାରେ ଉତ୍ତେଜନା ଦେଖାଦେଇଛି । ଦିନକୁ ଦିନ ଅପରାଧୀମାନଙ୍କ କାର୍ଯ୍ୟକଳାପ ବଢୁଥିବା ଗ୍ରାମବାସୀ ଅଭିଯୋଗ କରି ଆଗଲପୁର ଥାନାରେ ଧାରଣାରେ ବସିଥିଲେ ଓ ସାହିଲଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି ।

Leave A Reply

Your email address will not be published.