ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । କାର୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଏହାପରେ ରାସ୍ତାକଡ଼ରେ ପୀଡ଼ିତାଙ୍କୁ ଫିଙ୍ଗି ପଳାଇଲେ ଦୁର୍ବୃତ୍ତ । ଭୁବନେଶ୍ୱର ମଞ୍ଚଶ୍ୱର ଥାନା ପେଟ୍ରୋଲ ଟାଙ୍କି ନିକଟରୁ ରାସ୍ତାକଡ଼ରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଏହାପରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ନାବାଳିକାର ପରିଚୟ ମିଳି ପାରିନି । ଅଧିକ ଖୋଳତାଡ ଆରମ୍ଭ କରିଛି ପୋଲିସ । ପ୍ରଥମେ ପୀଡ଼ିତାଙ୍କ ପରିଚୟ ଖୋଜା ଚାଲିଛି । କିଏ ସେହି ଦୁର୍ବୃତ୍ତ ? କାରରେ କେତେ ଜଣ ଥିଲେ ? କାର୍ ଭିତରେ ନାବାଳିକାଙ୍କ ସହ କଣ କରିଥିଲେ ? କାର୍ କେଉଁଆଡ଼େ ପଳାଇଲା ? ଖୋଳତାଡ ଆରମ୍ଭ କରିଛି ପୋଲିସ ।
Comments are closed.