Latest Odisha News

BREAKING NEWS

ଟ୍ରାନ୍ସଫର୍ମର ଉପରେ ଚଢ଼ିଗଲା ୫ ବର୍ଷର ନାବାଳକ, ତା’ପରେ କଣ ହେଲା ଜାଣନ୍ତୁ…

ଯାଜପୁର: ଯାଜପୁର ଜିଲ୍ଲାର କୋରେଇ ଅଞ୍ଚଳରେ ଥିବା ଏକ ଟ୍ରାନ୍ସଫର୍ମର ପୋଲ ଉପରେ ଚଢିଯାଇଥିବା ଏକ ୫ ବର୍ଷୀୟ ବାଳକ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛି।

ସୂଚନାନୁସାରେ, ଉକ୍ତ ବାଳକଟି ଜିଲ୍ଲାର ରଗଡି ଅଞ୍ଚଳରେ ଥିବା ସରକାରୀ ପଲିଟେକ୍ନିକ୍ ନିକଟସ୍ଥ ଟ୍ରାନ୍ସଫର୍ମର ପୋଲ ଉପରକୁ ଚଢି ଯାଇଥିଲା। ସେଠାରେ ଖେଳୁଥିବା ତା’ ଭଉଣୀ ମଧ୍ୟ ଉପରକୁ ଚଢ଼ିବାକୁ ଚେଷ୍ଟା କରୁଥିବାବେଳେ ଅଞ୍ଚଳର ଜଣେ ବ୍ୟକ୍ତି ସେମାନଙ୍କୁ ଦେଖି ତଳକୁ ଓହ୍ଲାଇବାକୁ କହିଥିଲେ।

ସେହି ସମୟରେ ବିଦ୍ୟୁତ ଯୋଗାଣ ନଥିବା ଯୋଗୁଁ ଉଭୟ ଅଳ୍ପକେ ରକ୍ଷା ପାଇଯାଇଥିବା ନେଇ ସୁତ୍ରରୁ ପ୍ରକାଶ।

 

Comments are closed.