Latest Odisha News

ବାପା ଆକଟ କରିବାରୁ ନାବାଳକ ପୁଅର ଆତ୍ମହତ୍ୟା

କେନ୍ଦୁଝର: ବାପାଙ୍କ ଆକଟ ସହିନପାରି କେନ୍ଦୁଝର ଜିଲ୍ଲାରେ ଜଣେ ନାବାଳକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

BjdElectrycity

ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର କମରଜୋଡା ଅଞ୍ଚଳରେ ୧୩ ବର୍ଷର ବାଳକ ଜଣକ ମୋବାଇଲ ଫୋନରେ ଅନଲାଇନ୍ କ୍ଲାସ୍ କରିବା ବଦଳରେ ଅନଲାଇନରେ ଗେମ୍ ଖେଳୁଥିବାରୁ ତା’ର ବାପା ତାକୁ ପାଟି କରିଥିଲେ ।

ଏପରିକି ଅନଲାଇନ୍ ଗେମ୍ ଖେଳି କାହାକୁ କିଛି ନଜଣାଇ ଏହି ଅଷ୍ଟମ ଶ୍ରେଣୀର ଛାତ୍ର ଜଣକ ବ୍ୟାଙ୍କ ଆକାଉଣ୍ଟରରୁ ପ୍ରାୟ ୯୧ ହଜାର ଟଙ୍କା ଉଠାଇ ଦେଇଥିଲେ । ଏହା ଜାଣିପାରି ବାପା ବିନୋଦ ଆପଟା ଗୁରୁବାର ରାତିରେ ତାକୁ ଗାଳିଗୁଲଜ କରିଥିଲେ । ପରେ ଶୁକ୍ରବାର ସକାଳେ ପୁଅର ମୃତଦେହ ଶୌଚାଳୟରେ ଝୁଲୁଥିବା ଦେଖିବାକୁ ପାଇଥିଲେ ପରିବାର ବର୍ଗ ।

ତେବେ ପରିବାର ବର୍ଗ ତାକୁ ଉଦ୍ଧାର କରି ଟାଟା ଷ୍ଟିଲ୍ ହସ୍ପିଟାଲକୁ ନେଇଯାଇଥିଲେ । ଯେଉଁଠାରେ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ଜୋଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ସୁତ୍ରରୁ ପ୍ରକାଶ ।

 

Leave A Reply

Your email address will not be published.