Latest Odisha News

BREAKING NEWS

ଟ୍ରମ୍ପଙ୍କ ଆଶୁ ଆରୋଗ୍ୟ କାମନା କଲେ କିମ୍ ଜଙ୍ଗ

ସିଓଲ: ଟ୍ରମ୍ପଙ୍କ ପାଇଁ ଆରୋଗ୍ୟ କାମନା କଲେ କିମ୍ । ଉତ୍ତର କୋରିଆରେ ନେତା କିମ୍ ଜଙ୍ଗ ଉନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କୁ ଆରୋଗ୍ୟ ବାର୍ତ୍ତା ପଠାଇଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଓ ପତ୍ନୀ ମେଲାନିଆ ଟ୍ରମ୍ପ କରୋନାରୁ ଶୀଘ୍ର ସୁସ୍ଥ ହେବା କାମନା କରିଛନ୍ତି କିମ୍। ସେ ରାଷ୍ଟ୍ରପତି ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ସମବେଦନା ଜଣାଇଛନ୍ତି।

ଖୁବ ଶୀଘ୍ର ଦୁହେଁ କରୋନାକୁ ମାତ ଦେବା ନେଇ ​‌କିମ୍ ବେଶ୍ ଆଶାବାଦୀ ଅଛନ୍ତି। ତେବେ ସାଉଥ କୋରିଆର ୟୋନହାପ୍ ନ୍ୟୁଜ ଏଜେନ୍ସି ଅନୁସାରେ କିମ୍ ପ୍ରଥମଥର ପାଇଁ କରୋନାରେ ପୀଡ଼ିତ କୌଣସି ବିଶ୍ବ ନେତାଙ୍କୁ ଶୀଘ୍ର ସୁସ୍ଥ ହେବା ବାର୍ତ୍ତା ପଠାଇଛନ୍ତି।

ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲେନିଆ କରୋନାରେ ସଂକ୍ରମିତ ହୋଇଛନ୍ତି। ଦୁହେଁଙ୍କୁ ଏବେ ୱାଲଟର ରିଡ୍ ଆର୍ମି ମେଡିକାଲ ସେଣ୍ଟରରେ ଭର୍ତ୍ତି କରାଯାଇଛି । ଟ୍ରମ୍ପ ଏବେ କ୍ଲାନ୍ତ ଅନୁଭବ କରୁଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

Leave A Reply

Your email address will not be published.