ବାଲେଶ୍ୱର:ପାଗଳ କରିଛି ସ୍ମାର୍ଟଫୋନ ନିଶା । ସ୍ମାର୍ଟଫୋନରେ ୟୁଟ୍ୟୁବ ଖୋଲି ଭିଡିଓ ଗେମ ଖେଳିବାର ଏହି ନିଶା ପାଖରେ ବହୁମୂଲ୍ୟ ଜୀବନ ତୁଚ୍ଛ ହୋଇପଡିଛି । ସମ୍ପର୍କର ବନ୍ଧନ ବି ଶିଥିଳ ହୋଇପଡୁଛି । ତେଣୁ ବାପା-ମା’ ସ୍ମାର୍ଟଫୋନ ଜିଦ୍ଦି ପୂରଣ କରି ନ ପାରିବାରୁ ଜୀବନ ହାରିଦେଲେ ନାବାଳକ । ଏମିତି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ ।
ମିଳିଥିବା ତଥ୍ୟ ଅନୁଯାୟୀ, ଭୋଗରାଇ ବ୍ଲକର ଶାନ୍ତିନଗର ଗ୍ରାମର ଏହି ବାଳକ ଜଣକ ନିଜ ବାପା-ମା’ଙ୍କ ସହ ବେଙ୍ଗାଲୁର ଯାଇଥିଲା । ସେଠାରେ ନାବାଳକଙ୍କ ବାପା-ମା’ ଶ୍ରମିକଭାବେ କାମ କରନ୍ତି । ସେଠାରେ ସେ ଅନ୍ୟମାନଙ୍କ ମୋବାଇଲର ଭିଡିଓ ଗେମ ଫ୍ରି-ଫାୟାର ଖେଳୁଥିଲା ।
ଖେଳ ପ୍ରତି ତାର ଆକର୍ଷଣ ଦିନକୁ ଦିନ ବଢିବାକୁ ଲାଗିଲା । ସେ ପରିବାର ଲୋକଙ୍କୁ ସ୍ମାର୍ଟ ଫୋନ କିଣିଦେବା ପାଇଁ ଦାବି କରିଥିଲା । ହେଲେ ବାପା ସୁନିଲ ସ୍ୱାଇଁ ଆର୍ଥିକ ସ୍ଥିତି ଖରାପ ଥିବାରୁ ପୁଅ ପାଇଁ ମୋବାଇଲ କିଣି ପାରି ନ ଥିଲେ ।
ଏହି ଘଟଣାର କିଛି ଦିନ ପରେ ପରିବାର ସଦସ୍ୟ ଦଶହରା ପାଳନ କରିବାକୁ ଗାଁକୁ ଆସିଥିଲେ । ସେଠାରେ ପୁଅ ପୁଣି ବାପାଙ୍କୁ ମୋବାଇଲ କିଣିବା ପାଇଁ ଟଙ୍କା ମାଗିଥିଲା । ହେଲେ ସୁନୀଲ ନିଜର ଅସହାୟତା ପ୍ରକାଶ କରିଥିଲେ । ଏଥିରେ ହତାଶ ହୋଇ ନାବାଳକ ପୁଅ ଶୁକ୍ରବାର ରାତିରେ ନିଜ ଘରେ ବେକରେ ରଶି ଲଗାଇ ଝୁଲି ପଡିଥିଲେ ।
ଭୋଗରାଇ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରିଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
BREAKING NEWS
- ରାଜ୍ୟର ୩ ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ୬ମାସ ବଢିଲା
- ଅଲଗା ହେବେ ଧନୁଷ ଓ ଐଶ୍ବର୍ଯ୍ୟା, ୨୭ରେ ଶୁଣାଣି
- ଆସନ୍ତୁ ଜାଣିବା ମେସି, ରୋନାଲ୍ଡୋଙ୍କଠାରୁ କେଉଁ ଫୁଟବଲ ଖେଳାଳି ଅଧିକ ଧନୀ
- ଫିଲ୍ମ ସେଟରେ ମହିଳାଙ୍କ ସୁରକ୍ଷାକୁ ନେଇ ଭୁମି ପେଡନେକର କଲେ ବଡ ଖୁଲାସା..
- ଅଷ୍ଟ୍ରେଲିଆରେ ଆଜି ପର୍ଯ୍ୟନ୍ତ ଭାରତୀୟ ଟେଷ୍ଟ ଟିମର ପ୍ରଦର୍ଶନ
- ଭୟଙ୍କର ସ୍ଥିତିରେ ଦିଲ୍ଲୀର ବାୟୁ ପ୍ରଦୂଷଣ; ବଦଳିଲା କର୍ମଚାରୀଙ୍କ ଅଫିସ୍ ସମୟ
- ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ
- ବିବାହରେ ସୁନା ଖଚିତ ଶାଢୀ ପିନ୍ଧିବେ ଶୋଭିତା
- ରାଜ୍ୟରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱ ବିଦ୍ୟାଳୟ: ମନ୍ତ୍ରୀ
- ପାକିସ୍ତାନରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ, ୩୮ ମୃତ
Comments are closed.