ବାଲେଶ୍ୱର:ପାଗଳ କରିଛି ସ୍ମାର୍ଟଫୋନ ନିଶା । ସ୍ମାର୍ଟଫୋନରେ ୟୁଟ୍ୟୁବ ଖୋଲି ଭିଡିଓ ଗେମ ଖେଳିବାର ଏହି ନିଶା ପାଖରେ ବହୁମୂଲ୍ୟ ଜୀବନ ତୁଚ୍ଛ ହୋଇପଡିଛି । ସମ୍ପର୍କର ବନ୍ଧନ ବି ଶିଥିଳ ହୋଇପଡୁଛି । ତେଣୁ ବାପା-ମା’ ସ୍ମାର୍ଟଫୋନ ଜିଦ୍ଦି ପୂରଣ କରି ନ ପାରିବାରୁ ଜୀବନ ହାରିଦେଲେ ନାବାଳକ । ଏମିତି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ ।
ମିଳିଥିବା ତଥ୍ୟ ଅନୁଯାୟୀ, ଭୋଗରାଇ ବ୍ଲକର ଶାନ୍ତିନଗର ଗ୍ରାମର ଏହି ବାଳକ ଜଣକ ନିଜ ବାପା-ମା’ଙ୍କ ସହ ବେଙ୍ଗାଲୁର ଯାଇଥିଲା । ସେଠାରେ ନାବାଳକଙ୍କ ବାପା-ମା’ ଶ୍ରମିକଭାବେ କାମ କରନ୍ତି । ସେଠାରେ ସେ ଅନ୍ୟମାନଙ୍କ ମୋବାଇଲର ଭିଡିଓ ଗେମ ଫ୍ରି-ଫାୟାର ଖେଳୁଥିଲା ।
ଖେଳ ପ୍ରତି ତାର ଆକର୍ଷଣ ଦିନକୁ ଦିନ ବଢିବାକୁ ଲାଗିଲା । ସେ ପରିବାର ଲୋକଙ୍କୁ ସ୍ମାର୍ଟ ଫୋନ କିଣିଦେବା ପାଇଁ ଦାବି କରିଥିଲା । ହେଲେ ବାପା ସୁନିଲ ସ୍ୱାଇଁ ଆର୍ଥିକ ସ୍ଥିତି ଖରାପ ଥିବାରୁ ପୁଅ ପାଇଁ ମୋବାଇଲ କିଣି ପାରି ନ ଥିଲେ ।
ଏହି ଘଟଣାର କିଛି ଦିନ ପରେ ପରିବାର ସଦସ୍ୟ ଦଶହରା ପାଳନ କରିବାକୁ ଗାଁକୁ ଆସିଥିଲେ । ସେଠାରେ ପୁଅ ପୁଣି ବାପାଙ୍କୁ ମୋବାଇଲ କିଣିବା ପାଇଁ ଟଙ୍କା ମାଗିଥିଲା । ହେଲେ ସୁନୀଲ ନିଜର ଅସହାୟତା ପ୍ରକାଶ କରିଥିଲେ । ଏଥିରେ ହତାଶ ହୋଇ ନାବାଳକ ପୁଅ ଶୁକ୍ରବାର ରାତିରେ ନିଜ ଘରେ ବେକରେ ରଶି ଲଗାଇ ଝୁଲି ପଡିଥିଲେ ।
ଭୋଗରାଇ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରିଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
BREAKING NEWS
- ବିଦେଶରେ ମିଳିଥିବା ଛାଡ଼ପତ୍ର ଭାରତରେ ବୈଧ ନୁହେଁ, ଭାଙ୍ଗିପାରିବେନି ବିବାହ ସମ୍ପର୍କ: ସୁପ୍ରିମକୋର୍ଟ
- Women Objects ‘Bad Touch’: ମୁମ୍ବାଇ ଲୋକାଲ୍ ଟ୍ରେନରୁ ଠେଲି ଦିଆଗଲା, ମୁଣ୍ଡରେ ଆଘାତ, ହରାଇଲେ ହାତ
- ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ ଅଣ୍ଡର-୧୯ ଏସିଆ କପ୍ ଫାଇନାଲ
- ଭବିଷ୍ୟତ ଯୁଦ୍ଧରେ, ଲଢ଼ୁଆ ବିମାନ ସଂଖ୍ୟା ନୁହେଁ, ପ୍ରଯୁକ୍ତିବିଦ୍ୟା ଗୁରୁତ୍ୱପୂର୍ଣ୍ଣ ହେବ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ
- ମୁମ୍ବାଇରେ ହାଇ ଆଲର୍ଟ: ବିଗ୍ ବି’ଙ୍କ ବଙ୍ଗଳା ସମେତ ମୁମ୍ବାଇର ଏକାଧିକ ସ୍ଥାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ
- ବାଣଫୁଟା ସପକ୍ଷରେ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗୱତଙ୍କ ଯୁକ୍ତି: ‘ଏହା ବାତାବରଣକୁ ଶୁଦ୍ଧ କରିଥାଏ’
- Ramayan Backlash: କୈକେୟୀଙ୍କ କଷ୍ଟ୍ୟୁମ ଉପରେ ଟିପ୍ପଣୀ, ମୁହଁ ଖୋଲିଲେ ଲାରା
- ମଶା ଧୂଆଁ ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ବ୍ୟକ୍ତିଙ୍କ ଜୀବନ
- ‘Pay Rs 7Crore’: ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଝିଅକୁ ହତ୍ୟା ଧମକ୍ ମାମଲା, ପୋଲିସ ହାତରେ କଲ୍ ରେକର୍ଡ ଓ ମେସେଜ୍
- ସିବିଏସ୍ଇ ଜାତୀୟ ଜିମ୍ନାଷ୍ଟିକ୍ସ ଚାମ୍ପିୟନସିପରେ ଓଡ଼ିଶାର ଜିମ୍ନାଷ୍ଟମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ;୪ ସ୍ୱର୍ଣ୍ଣ ପଦକ ସହ…
Comments are closed.