Latest Odisha News

ଜଗତସିଂହପୁର ବାଲିକୁଦାରେ ଅଘଟଣ, ପୋଖରୀରେ ବୁଡି ନାବାଳକର ମୃତ୍ୟୁ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ଗାଁରେ ଅଘଟଣ । ପୋଖରୀରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ହୋଇଛି । ବ୍ରହ୍ମପୁର ଗାଁର ଦୀପକ ପରିଡ଼ାଙ୍କ ୭ ବର୍ଷର ପୁଅ ସାଇ ପରିଡ଼ା ପୋଖରୀରେ ଖସିପଡ଼ିଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ପୋଖରୀରୁ ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ । ପରେ ଶିଶୁପୁତ୍ରକୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ ଶିଶୁପୁତ୍ରର ଦୁଇ ଗୋଡ଼ର ଆଙ୍ଗୁଠି ଓ ହାତର ଆଙ୍ଗୁଠି କ୍ଷତ ବିକ୍ଷତ ହୋଇଥିବା ଦେଖିବାକୁ ମିଳିଛି । ପୋଲିସ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.