Latest Odisha News

BREAKING NEWS

ମହଙ୍ଗା ପଡ଼ିଲା କିନ୍ନରଙ୍କ ଠାରୁ ଅଳଙ୍କାର ଲୁଟ କରି ମାଡ଼ ମାରିବା, ଗିରଫ ହେଲେ ପୋଲିସ କନଷ୍ଟେବଳ ଓ ପୂର୍ବତନ ସରପଞ୍ଚ

ଢେଙ୍କାନାଳ : ମହଙ୍ଗା ପଡ଼ିଲା କିନ୍ନରଙ୍କ ଠାରୁ ସୁନା ଅଳଙ୍କାର ଲୁଟ କରି ମାଡ଼ ମାରିବା । ଘଟଣାରେ ଗିରଫ ହୋଇଛନ୍ତି ପୋଲିସ କନଷ୍ଟେବଳଙ୍କ ସମେତ ପୂର୍ବତନ ସରପଞ୍ଚ । ଢେଙ୍କାନାଳ ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁ ନିକଟରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ଗିରଫ କନଷ୍ଟେବଳ ହେଲେ ପରଜଙ୍ଗ ଥାନା ଖାଲପାଳ ଗାଁର ମାନସ ରଞ୍ଜନ ନାଏକ ଏବଂ ପିତିରି ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଶାନ୍ତ ନାଏକ । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଅନୁଯାୟୀ, ତେଲକୋଇରୁ ଏକ ବୋଲେରୁ ଗାଡ଼ିରେ କିଛି କିନ୍ନର ଭୁବନେଶ୍ବର ଆସୁଥଲେ । ଗଡ଼ପଳାଶୁଣି ଗାଁ ନିକଟରେ ଅଭିଯୁକ୍ତ କନଷ୍ଟେବଳ ମାନସ ନାଏକ ଓ ପୂର୍ବତନ ସରପଞ୍ଚ ସୁଶାନ୍ତ ନାଏକ ଗାଡି ଅଟକାଇ କିନ୍ନରଙ୍କୁ ଆକ୍ରମଣ କରିଥିଲେ । କିନ୍ନର ମହମାୟାଙ୍କ ଠାରୁ ଏକ ସୁନା ଚେନ୍ ଛଡାଇ ନେବା ସହ ତାଙ୍କୁ ମାଡ଼ ମାରିଥିଲେ । ଏନେଇ କିନ୍ନର ମହମାୟା ପରଜଙ୍ଗ ଥାନାରେ ଅଭିଯୋଗ ପରେ ଉଭୟ କନଷ୍ଟେବଳ ଓ ସରପଞ୍ଚକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

Leave A Reply

Your email address will not be published.