କଟକ:କଟକ ସିଟି ହସ୍ପିଟାଲରେ ରୋଗୀ ମୃତ୍ୟୁ ନେଇ ଉତ୍ତେଜନା । ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ କଲେ ପରିବାର । ଚିକିତ୍ସା ଅବହେଳାରୁ ୧୬ ବର୍ଷର ନାବାଳକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ନାବାଳକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।
ଡାକ୍ତର ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ପୁରୀଘାଟ ଥାନା ରିଂଗ ରୋଡ୍ରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି ।
ପରିବାର ଅଭିଯୋଗ ଅନୁସାରେ, ପୁରୀଘାଟ ଅଞ୍ଚଳର ଅନିଆ ଦାସ ନାମକ ୧୬ ବର୍ଷର ନାବାଳକକୁ ଝାଡ଼ାବାନ୍ତି ହେବାରୁ ଶୁକ୍ରବାର ସକାଳେ କଟକ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେହି ସନ୍ଧ୍ୟା ବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏସସିବି ମେଡିକାଲ ନେବା ପାଇଁ ପରିବାର ଲୋକେ ନେହୁରା ହୋଇଥିଲେ । ଏପଟେ ମେଡିକାଲ ପରିସରରେ ଉପସ୍ଥିତ ଥିବା ୧୦୮ ଆମ୍ବୁଲାନ୍ସ ସେ ପିଲାକୁ ଏସସିବି ମେଡିକାଲ ନେଲା ନାହିଁ । ଭିଆଇପିଙ୍କ ପାଇଁ ସେ ଆମ୍ବୁଲାନ୍ସ ଅଛି ବୋଲି କହି ରୋଗୀଙ୍କ ପରିବାରକୁ ମନା କରିଥିଲେ । ଶେଷରେ ପିଲାଟିର ଜୀବନ ଚାଲିଗଲା । ଯାହାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି ମୃତକଙ୍କ ସମ୍ପର୍କୀୟ ।
ସେପଟେ ଜୋନ ୨ ଏସିପି କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Comments are closed.