Latest Odisha News

BREAKING NEWS

ଫାର୍ମାସିଷ୍ଟଙ୍କ ଭୁଲ ଇଞ୍ଜେକସନରେ ନାବାଳକଙ୍କ ମୃତ୍ୟୁ ଅଭିଯୋଗ

ଭଦ୍ରକ : ଭଦ୍ରକ ଜିଲ୍ଲା ଅନ୍ତର୍ଗତ ମତୋ ବଜାରରେ ଜଣେ ଫାର୍ମାସିଷ୍ଟଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଜଣେ ବାଳକର ମୃତ୍ୟୁ ଘଟିଥିବା ନେଇ ଫାର୍ମାସିଷ୍ଟଙ୍କ ବିରୋଧରେ ଅଭିଯୋଗ ହୋଇଛି ।

ଏଭଳି ଅଭାବନୀୟ ଅଘଟଣ ପରେ ମୃତ ବାଳକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦାବି କରି ଉତ୍ୟକ୍ତ ଲୋକମାନେ ଭଦ୍ରକ- ଚାନ୍ଦବାଲି ରାସ୍ତାରେ ମୃତଦେହ ରଖି ରାସ୍ତାରୋକ କରିଥିବା ନେଇ ଜଣାପଡିଛି ।

ସୂଚନା ଅନୁଯାୟୀ ଉକ୍ତ ବାଳକଟି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ସରୋଜ ମହାଳିକଙ୍କ ପୁଅ କୁନା ବୋଲି ଜଣାପଡିଛି । ଏଥିସହିତ କୁନାକୁ ଗତ ଦୁଇ ଦିନଧରି ଜ୍ୱର ଲାଗିରହିଥିବାରୁ ପରିବାର ଲୋକେ ତାକୁ ଚିକିତ୍ସା ପାଇଁ ସେହି ଗ୍ରାମର ମାନସ ପଣ୍ଡା ନାମକ ଜଣେ ଫାର୍ମାସିଷ୍ଟଙ୍କ ପାଖକୁ ନେଇଥିଲେ । ପରବର୍ତ୍ତୀ ସମୟରେ ଫାର୍ମାସିଷ୍ଟ ତାକୁ ଦୁଇଟି ଇଞ୍ଜେକସନ ଦେବା ପରେ ତାର ମୃତ୍ୟୁ ଘଟିଥିଲା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଏହି ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ଭଦ୍ରକ-ଚାନ୍ଦବାଲି ଜିଲ୍ଲାର ମତୋ ଫାଣ୍ଡି ଆଗରେ ଶବ ରଖି ରାସ୍ତା ଅବରୋଧ କରିଥିଲେ । ସରୋଜଙ୍କ କହିବାନୁଯାୟୀ ତାଙ୍କ ପୁଅ ଟାଇଫଏଡ ଓ ୟୁରିନ ଇନଫେକସନରେ ପିଡିତ ଥିଲା । ଏଥିସହିତ ଫାର୍ମାସିଷ୍ଟ ଜଣଙ୍କ ତାକୁ ୨ଟି ଇଞ୍ଜେକସନ ଦେବା ପରେ ତାର ମୃତ୍ୟୁ ଘଟିଥିଲା ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.