Latest Odisha News

BREAKING NEWS

ଏୟାର ଇଣ୍ଡିଆ ବିମାନରୁ ଖସିପଡିଲେ ମହିଳା ପରିଚାରିକା, ଗୁରୁତର ଆହତ

ମୁମ୍ବାଇ : ଛତ୍ରପତି ଶିବାଜୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନର ଡୋର ବନ୍ଦ କରୁଥିବାବେଳେ ଜଣେ ୫୩ ବର୍ଷୀୟ ମହିଳା ଏୟାର ହୋଷ୍ଟେସ ଅଚାନକ ତଳକୁ ଖସିପଡିଥିଲେ ।

ଅନ୍ୟପକ୍ଷରେ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ତାଙ୍କୁ ସ୍ଥାନୀୟ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆଜି ସକାଳୁ ବିମାନଟି ଉଡାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏହି ଅଘଟଣ ଘଟିଥିଲା । ଏଥିଯୋଗୁଁ ବିମାନଟିର ଉଡାଣକୁ କିଛି ସମୟ ପାଇଁ ସ୍ଥଗିତ କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବିମାନଟି ଉଡାଣ ଆରମ୍ଭ କରିଥିଲା ।

Leave A Reply

Your email address will not be published.