ଅନୁଗୁଳ: ପିଲାଟିର ମାଆ ନାହିଁ । ତେଣୁ ସାବତ ମାଆ ଦେଉଛି ଅସହ୍ୟ ଯନ୍ତ୍ରଣା । ଆଉ ସାବତ ମାଆର ସାଥ୍ ଦେଉଛି ବାପା । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହଟିଆନାଳି ଗାଁରେ । ସାବତ ମାଆର ପ୍ରରୋଚନାରେ ବାପା ପୁଅକୁ ଚେଙ୍କ ଦେଇଛି । ସର୍ବଦା ବିଭିନ୍ନ କାରଣକୁ ନେଇ ବାପା ଏବଂ ସାବତ ମାଆ ମିଶି ୧୨ବର୍ଷର ନାବାଳକକୁ ଅକଥନୀୟ ନିର୍ଯ୍ୟାତନା ଦେଇଆସୁଥିଲେ । କିନ୍ତୁ ଆଜି ପିଲାଟି ସ୍କୁଲ ନଯିବା କାରଣରୁ ନିର୍ଯ୍ୟାତନା ଚରମ ସୀମାରେ ପହଞ୍ଚିଥିଲା ।
ବାପା ସୁବାସ ପ୍ରଧାନ ଉତ୍ତ୍ୟକ୍ତ ହୋଇ ପୁଅକୁ ମାଡ ମାରିବା ସହ ହାତ ଏବଂ ଗୋଡରେ ଲୁହା ରଡରେ ଚେଙ୍କ ଦେଇଛନ୍ତି । ଆଉ ଏଥିପାଇଁ ସାବତ ମାଆ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି । ପରେ ସ୍ଥାନୀୟ ଲୋକେ ଏକଥା ଜାଣିବା ପରେ ଚାଇଲ୍ଡ ଲାଇନକୁ ଯୋଗାଯୋଗ କରାଯାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳକଟିକୁ ଉଦ୍ଧାର କରିଛି । ଏବଂ ଅଭିଯୁକ୍ତ ବାପା ଓ ସାବତ ମାଆକୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି । ଗତ କିଛି ଦିନ ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଥିଲା । ଫଳରେ ନାବାଳକ ଜଣକ ଗୁରୁତର ହୋଇପଡିଥିବା ଜଣାପଡିଛି ।
Comments are closed.