Latest Odisha News

BREAKING NEWS

ଥମୁନି ଲଜ୍ଜା! ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ସମ୍ବଲପୁର:ରାଜ୍ୟରେ ଥମୁନି ଲଜ୍ଜା! ପୁଣି ଏକ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ। ସମ୍ବଲପୁର ଯୁଯୁମୁରା ଥାନା ଅଞ୍ଚଳରେ ଏହି ଗଣଦୁଷ୍କର୍ମ ହେବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଯୁଯୁମୁରା ପୋଲିସ ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଛି ।

ସୂଚନା ଅନୁସାରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଯୁଯୁମୁରା ଥାନାରେ ଅଭିଯୋଗ ହୋଇଛି। ଏନେଇ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଘଟଣାରେ ୫ଜଣ ସମ୍ପୃକ୍ତ ଥିବାବେଳେ ୪ ଜଣକୁ ପୋଲିସ ଉଠାଇନେଇଛି। ସମସ୍ତ ଅଭିଯୁକ୍ତ ନାବାଳକ ହୋଇଥିବା ଜଣାପଡିଛି । ୪ ଜଣକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି।

ଏହି ଘଟଣାକୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଘଟଣାରେ ଅନ୍ୟ ଜଣେ ଫେରାର ରହିଛି। ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଗତ କିଛି ଦିନ ହେବ ବାରମ୍ବାର ଏଭଲି ଘଟଣା ସାମ୍ନାକୁ ଆସୁଛି। ତେଣୁ ରାଜ୍ୟରେ ନାରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comments are closed.